ଅତାବିରା, କୁଲିତାଟୁକରା ଠାରେ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ଦୁଇ ଦିନିଆ ବାର୍ଷିକୋତ୍ସବ ମହୋତ୍ସବ ଉଦଯାପିତ ହୋଇଯାଇଛି।

ଅତାବିରା, କୁଲିତାଟୁକରା ଠାରେ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ଦୁଇ ଦିନିଆ ବାର୍ଷିକୋତ୍ସବ ମହୋତ୍ସବ ଉଦଯାପିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ବାର୍ଷିକୋତ୍ସବ ଦୁଇ ଦିନିଆ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ମଂଚ ପରିଚାଳନା କରିଥିଲେ ଟ୍ରଷ୍ଟ ସଦସ୍ୟ ବ୍ରଜେନ୍ଦ୍ର ମହାପାତ୍ର ଓ ପ୍ରତ୍ୟୁଷ କୁମାର ସେଠ। ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ମୁଖ୍ୟବକ୍ତା ଭାବେ ଡାଃ ସବିତା ସାହୁ, ସମ୍ମାନିତ ଅତିଥି ପୃଥ୍ବୀରାଜ ସାହୁ, ଆଲୋକ ପଣ୍ଡା, ଟ୍ରଷ୍ଟର ଚେୟାରମ୍ୟାନ ସନ୍ତୋଷ ସେଠ, ସଭାପତି ଶୈଳରାଜ ମହାରଣା, ସଂପାଦକ ଶରତ କୁମାର ମହାରଣା, ଅତାବିରା ରାମଚଣ୍ଡି ମନ୍ଦିର ସଭାପତି ଦିବାକର ପ୍ରଧାନ ପ୍ରମୁଖ ଯୋଗ ଦେଇ ମାଁ ପନ୍ଥେଇ ଦେବୀ କଂ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିଥି ଗଣ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ କୁ ଭବିଷ୍ୟତ ରେ ଅନୁଷ୍ଠାନ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଅବସରରେ ମୁଖ୍ୟଅତିଥି ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ କୁଲିତାଟୁକରା ଠାରେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ କୁଲିତାଟୁକରା ର ୨୩/୨୪ ବିବାହ କରିଥିବା ଝିଅ ଜୋଇଁ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ, ଭାରତୀୟ ସେନା ବାହିନୀ ଦେଶ ମାତୃକାର ସେବା କରି ଅବସରପ୍ରାପ୍ତ ସେନା ଅଧିକାରୀ ରାଜେନ୍ଦ୍ର ସାହୁ ଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ ,ଦେଶ ଓ ବିଦେଶ ର ପର୍ବତାରୋହୀ ତଥା ପ୍ରକୃତି ବନ୍ଧୁ ଆଶୀର୍ବାଦ ମହାପାତ୍ର କୁଂ ପ୍ରମାଣ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ,ମାଲେସିଆ ର ରାଜଧାନୀ କୁଆଲାମ୍ପୁର କ୍ରୀଡ଼ା କ୍ଷେତ୍ରରେ ସ୍ଵର୍ଣ୍ଣ, ରୋପ୍ୟ ପଦକ ହାସଲ କରି ଥିବା ଶର୍ଲା ନିବାସୀ ପୋଲିସ କର୍ମଚାରୀ ସନ୍ତୋଷ କୁମାର ପ୍ରଧାନ ଟ୍ରଫି ସହିତ ପ୍ରମାଣ ପତ୍ର ପ୍ରଦାନ, ଲେଥା ପ୍ରତିଯୋଗିତା ୩୬ ଏସଏସଜି ମହିଳା ମାନେ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଏସ ଏସ ଜି ମହିଳା ମାନଙ୍କୁ ପ୍ରମାଣ ପତ୍ର ସହିତ ବସ୍ତ୍ର ପ୍ରଦାନ, ଏହି ଅବସରର ରକ୍ତଦାନ ସଂଗଠନ ନିଷ୍ଠା ପରିବାର ବରଗଡ, ସଂକଳ୍ପ ପରିବାର ବରଗଡ ଓ ଅମୃତ୍ କୁଟୁମ୍ ଭେଡେନ ର କର୍ମକର୍ତ୍ତା ମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହା ସହିତ ଅନ୍ୟାନ୍ୟ ସଂଗଠନ, ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରି ସମ୍ମାନିତ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ,ଏଥିରେ ପାରମ୍ପରିକ ସାଂସ୍କୃତିକ ଅନୁଷ୍ଠାନ ଅତାବିରା, ଆଦିବାସୀ ଓ ଲୋକକଳା କେନ୍ଦ୍ର ସଂବଲପୁର, ବିଦୁ ଚନ୍ଦନ ସାଂସ୍କୃତିକ ନୃତ୍ୟ ରାଉରକେଲା, ଲାସ୍ୟ ଡେନ୍ସ ଗ୍ରୁପ ଡାନ୍ସ କଟକ। ପରିଶେଷରେ ସଂଜୀବ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *