ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ ହେଉଛି ସ୍ନିଗ୍ଧାରାଣୀ ମିଶ୍ର। କୋରାପୁଟ ଜିଲ୍ଲାରେ ସର୍ବ ପ୍ରଥମ ମହିଳା ରକ୍ତଦାନ ଶିବିର ୨୦୦୭ ମସିହାରେ ଲକ୍ଷ୍ମୀପୁରରେ ସେ ଆରମ୍ଭ କରିଥିଲେ ୬୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ଶ୍ରୀମତୀ ମିଶ୍ର ରକ୍ତଦାନ,ରକ୍ତଦାନ ଶିବିରର ଆୟୋଜନ ସହିତ ଅନେକ ସାମାଜିକ କାର୍ଯ୍ୟକ୍ରମରେ ସଂପୃକ୍ତ।ପୂର୍ବତନ ମହିଳା ଓ ଶିଶୁ ବିକାଶ ଅଧିକାରୀ ଭାବେ କାର୍ଯ୍ଯରତ ଥାଇ ମଧ୍ଯ ରକ୍ତଦାନ କରୁଥିଲେ।ବର୍ତ୍ତମାନ ସେବା ନିବୃତ ହୋଇ ସେ ଲିଭ ଫର ଅଦର୍ସ ସାମାଜିକ ଅନୁଷ୍ଠାନର ସାଧାରଣ ସଂପାଦିକା ଭାବେ କୋରାପୁଟ, ମାଲକାନଗିରି,ଗଜପତି ,ପୁରୀ ପ୍ରଭୃତି ଜିଲ୍ଲାରେ ଅନେକ ସେବା ଶିବିର କରିବାସହ, ଫାଇଲିନ, ତିତିଲି ସମୟରେ ବହୁ ଲୋକଙ୍କୁ ସାହାଯ୍ଯ କରିଛନ୍ତି।ମାଲକାନଗିରିର ବଣ୍ଡା ହିଲସର ମୁଦୁଲୀପଡାଠାରେ ଏକ ରକ୍ତଦାନ ଶିବିର କରି ପ୍ରଥମ ଆଦିମ ଜନ ଜାତିଙ୍କ ରକ୍ତଦାନ ଶିବିର କରି ସେ ଚର୍ଚ୍ଚାକୁ ଆସିଥିଲେ। ଆଦିବାସୀ ଅଂଚଳରେ ବିଭିନ୍ନ ସେବାକାର୍ଯ୍ୟ ସେ କରି ଆସୁଛନ୍ତି। କୋରାପୁଟ ଜିଲ୍ଲା,ମାଲକାନାଗିରି,କଳାହାଣ୍ଡି,ଖୋର୍ଦ୍ଧା ପ୍ରଭୃତି ଜିଲ୍ଲାରେ ସେ ରକ୍ତଦାନ ଶିବିର କରି ଘରେ ଘରେ ରକ୍ତଦାନର ବାର୍ତ୍ତା ପହଂଚାଇବାସହ ମହିଳାମାନଙ୍କୁ ଏହି କ୍ଷେତ୍ରରେ ସାମିଲ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।ଅବିଭକ୍ତ କୋରାପୁଟ ଜିଲ୍ଲାରେ ସର୍ବାଧିକ ରକ୍ତଦାନ କରି ଶ୍ରୀମତୀ ମିଶ୍ର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।ସେ ସର୍ବାଧିକ ୫୦ଥର ରକ୍ତଦାନ କରିସାରିଛନ୍ତି।ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ସ୍ନିଗ୍ଧା ରାଣୀ ମିଶ୍ର ଜାତୀୟ ରକ୍ତଦାନ ଦିବସରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଳବଠାରେ ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆ ଓ ଜାତୀୟ ଥାଲାସେମିଆ ୱେଲଫେୟାର ସୋସାଇଟୀ ଦ୍ବାରା ମାଳତୀ ଛିବର ଜାତୀୟ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି। କାର୍ଯ୍ଯକ୍ରମରେ ମୂଖ୍ଯ ଅତିଥି ଏସସି ଏସଟି ଆୟୋଗର ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଭାରତ ସରକାର ଶ୍ରୀ ହଂସରାଜ ଅହିର,ସମ୍ମାନିତ ଅତିଥି ରାମକୃଷ୍ଣ ମିଶନ ଦିଲ୍ଲୀର ସଂପାଦକ ସ୍ବାମୀ ସର୍ବଲୋକାନନ୍ଦଜୀ,ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆର ସାଧାରଣ ସମ୍ପାଦକ ଶ୍ରୀ ଅପୂର୍ବ ଘୋଷ ଏହି ପୁରସ୍କାର ପ୍ରଦାନ ସ୍ବରୂପ ମାନପତ୍ର, ପଦକ ଓ ଫଳକ ପ୍ରଦାନ କରିଥିଲେ।ଏଥିପାଇଁ ସେ ସମସ୍ତ ଶୁଭେଛୁ,ରକ୍ତଦାତା ଓ ସ୍ବାମୀ ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ମଧ୍ଯ ରକ୍ତଦାନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସେ କହିଛନ୍ତି।
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
