ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀରେ ଅନିମେଶ ପ୍ରଧାନ ନିକଟରେ ଫାଉଣ୍ଡେସନ୍ କୋର୍ସ ସାରିବା ପରେ ୬ମାସ ଆଇଏଏସ୍ ଟ୍ରେନିଂ ନେଉଛନ୍ତି। ଏହି ଟ୍ରେନିଂ ସରିଲା ପରେ ଅନିମେଶ ପ୍ରଧାନ ଓଡ଼ିଶା ଆସି କାର୍ଯ୍ୟରେ ଯୋଗଦେବେ।
ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।
