ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କାରଖୋଲ ଗ୍ରାମପଞ୍ଚାୟତ ନିକଟରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚକାପାଦ ବ୍ଳକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ହୃଦ ରଞ୍ଜନ ସାହୁ ଯୋଗ ଦେଇ ଶୁଭା ଆରମ୍ଭ କରିଥିଲେ l ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇ ନିଜ କଠିନ ପରିଶ୍ରମ ରେ କ୍ରୀଡା ବିତି ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ନିଜ ବକ୍ତବ୍ୟ ରେ ଆହ୍ୱାନ କରିଥିଲେ l ସଂମ୍ମାନିତ ଅତିଥିଭାବେ ସ୍ଥାନୀୟ ନାଏବ ସରପଞ୍ଚ ଶ୍ରୀଯୁକ୍ତ ମାଲେଶ୍ୱର କହଁର, ଓ ସହାୟକ ଯନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରଶ୍ନ ରାଉତ ଯୋଗ ଦେଇଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଜିର ଏହି କ୍ରୀଡା ର ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଭାଗ ନେଇ ନେଇଥିଲେ l ପ୍ରତିଯୋଗିତା ରେ ସଫଳତା ଆଣିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ବୃନ୍ଦ ଙ୍କ ଦ୍ୱାରା ପ୍ରମାଣ ପତ୍ର ସହିତ ପ୍ରଥମ ପୁରସ୍କାର ଓ ଦ୍ୱତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଆଜିର ଏହି କ୍ରୀଡା ଉତ୍ସବ ରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଏମ ବାଳକୃଷ୍ଣ ଦୋରା ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ l କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ,ଶ୍ରୀଯୁକ୍ତ ମନୋଜ କୁମାର ଭୋଲ, ଶ୍ରୀ ଜଗନ୍ନାଥ ଯାନୀ,ଏବଂ ଶ୍ରୀମତୀ ରଶ୍ମିତା ରାଉତ,ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଅତିଥି ପରିଚୟ ପ୍ରଦାନ କରିଥିଲେ ଡ଼ଃ ବାବୁଲା ପଟ୍ଟଯୋଶୀ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଶିବାରମ ବେହେରା ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ l ପରିଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *