ଆଦିବାସୀ ସମାଜ ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତରାୟଗଡା :ରାୟଗଡା ଜ଼ିଲ୍ଲା ସଦର ହୋଟେଲ ତେଜସ୍ୱୀରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ନିଜର ହକ,ଅଧିକାର ଓ ସମାଜର କଲ୍ୟାଣ ନିମନ୍ତେ ସମାଜର ନେତୃତ୍ୱ ନେଉଥିବା ବରିଷ୍ଠ ଓ ବୈଜ୍ୟେଷ୍ଟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଜାତିର ପଥ ପ୍ରଦର୍ଶକ,ଗୁରୁ ସହୀଦ ବିର୍ସାମୁଣ୍ଡା, ସହୀଦ ଲକ୍ଷ୍ମଣ ନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ, ଧୂପଦୀପ ଓ ପ୍ରଦୀପ ପ୍ରଜ୍ବଳନ ସହ ବୈଠକର ଶୁଭାରମ୍ଭ କରିଥିଲେ। ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଜିଲ୍ଲାର ଶତକଡା ୭୫ ଭାଗ ଆଦିବାସୀ ଜନତା ବସବାସ କରନ୍ତି। ଜିଲ୍ଲାରେ ଆଦିବାସୀର ବିକାଶ ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନା ଓ ଆର୍ଥିକ ପରିସ୍ଥିତି ସ୍ୱଛଳ ନାହିଁ, ସେଠାରେ ବିକାଶ ନାହିଁ। ଜିଲ୍ଲାରେ ଚାରି ଭାଗରୁ ୩ ଭାଗ ଆଦିବାସୀ ରହିଥିବା ବେଳେ, ଆଦିବାସୀଙ୍କ ନାମରେ ପ୍ରତି ଯୋଜନା ହେଉଛି କିନ୍ତୁ ସେଠାରେ ଆଦିବାସୀଙ୍କ ବିକାଶ କାହିଁ, ଆଦିବାସୀଙ୍କ ସମସ୍ତ ଯୋଜନା ବାଟମାରଣା ହେଉଛି। ଏହି ପ୍ରଶ୍ନ ସହ ଆଜି ଜ଼ିଲ୍ଲା ଆଦିବାସୀ ସମାଜର ବୈଠକକୁ ଆସିଥିବା ପ୍ରତେକ ଆଦିବାସୀ ଏହି ପ୍ରଶ୍ନ ସହ ସମାଜକୁ ସଂଗଠିତ କରିବା ପାଇଁ ଶପଥ ନେଇଥିଲେ।ଉପସ୍ଥିତ ସମସ୍ତ ଏକ ସ୍ୱରରେ କହିଥିଲେ ମୁଁ ଗର୍ବରେ କହୁଛି ମୁଁ ଆଦିବାସୀ, ମୋର ପୂର୍ବଜ ଏହି ଧରାପୃଷ୍ଠର ମୂଳନୀବାସୀ,ଧରଣୀ ପେନୁ /ମାଟି ଦେବତା ଆମର,ଆମେ ପ୍ରକୃତିର ରକ୍ଷକ,ପୂଜକ,ଓ ଉପାସକ। ସମଗ୍ର ଭାରତର ଅଧିବାସୀ ମୋର ଭାଇ ବନ୍ଧୁ, କୁଟୁମ୍ଭ ଓ ପରିଜନ। ଜଳ, ଜଙ୍ଗଲ, ଓ ଜମି ଆମ୍ଭର ହକ ଓ ଅଧିକାର,। ଆମର ହକ,ଅଧିକାର ଓ ବିକାଶ ପାଇଁ ପେଶା ଆଇନକୁ ତୁରନ୍ତ ଲାଗୁ କରିବା। ଜଙ୍ଗଲ ଜମି ପଟ୍ଟାର ଉଚିତ ଚିହ୍ନଟ ସହ ଉଚିତ ଲୋକଙ୍କୁ ପ୍ରଦାନ କରିବା। ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ପୂର୍ବଭଳି ଟି. ଡି. ସି. ସି. କିମ୍ବା ଲ୍ୟାମ ମାଧ୍ୟମରେ କ୍ରୟ କରିବା, ଗତ ଦିନରେ ଆଦିବାସୀ ମାନଙ୍କ ହୋଇଥିବା ମୃତ୍ୟୁର ତଦନ୍ତ ସିବିଆଇ କିମ୍ବା ନ୍ୟାୟିକ ଯାଞ୍ଚ କରିବା, ଆଦିବାସୀଙ୍କୁ ଠିକାଦାରି କାମରେ ଭାଗିଦାରି, ଜ଼ିଲ୍ଲାରେ ଥିବା ସମସ୍ତ କଳକାରଖାନା ମାନଙ୍କରେ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି, ମୁଖ୍ୟତଃ ଆଦିବାସୀ ପରମ୍ପରା ଓ ସଂସ୍କୃତି କିପରି ବଞ୍ଚି ରହିବ ତାହାପାଇଁ ଏକ ସ୍ୱତନ୍ତ୍ର ଯୋଜନା ଉପରେ ନିଷ୍ପତି ନିଆଯାଇଛି | ଆଗାମୀ ଦିନରେ ଆଦିବାସୀଙ୍କ ଉନ୍ନତି ପାଇଁ ସମାଜ ଏକ ବିଶାଳ ସାଙ୍ଗଠନିକ ରୂପ ନେବାକୁ ଯାଉଛି ଯୋଉ ଆଧାରରେ ସମାଜର ପ୍ରତେକଟି ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ ହେବ ଯାହା ଆଜିର ବୈଠକରେ ନିଷ୍ପତି ନିଆଯାଇଛି | ଉକ୍ତ ବୈଠକରେ ମଞ୍ଚାସିନ ଅତିଥି ମାନଙ୍କ ଭିତରେ ରାୟଗଡା ବିଧାନସଭା ବିଧାୟକ ଆପଲ୍ଲା ସ୍ୱାମୀ କାଡ୍ରାକା,ଚକ୍ରଧର ବିଡିକା,ରାଜୁ ନାୟକ,ମିନାରାଓ ହିମିରିକା,ଶଙ୍କର ଜିଲାକାରା,ହର ପ୍ରସାଦ ହେପୃକା,ଶମ୍ଭୁ ଜାକାକା ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ଉଲ୍ଲକା,ରାଓଲା ମାଝୀ,ଗଙ୍ଗାଧର ପୁଆଲା,ଦୋରା କଣ୍ଡାଗିରି,କୋଷଣା ହୁଇକା,ବାବୁରାଓ ବିଡିକା,ଅଶ୍ଵିନୀ ବିଡିକା,କ୍ରୀଷ୍ଣା ତାଡିଙ୍ଗି, ନରସିଂହ ବିଡିକା,କାଳୀ ନାଚିକା,ମାଦବ ରାଓ ସାରକା,ବାଳଦାସ ମେଲେକା, ସୋମନାଥ ହୁଇକା,ସତ୍ୟବାନ ମାଣ୍ଡାଙ୍ଗି,ରଞ୍ଜୁ ଜିଲାକାରା,ନରସିଂହ ମାଣ୍ଡାଙ୍ଗି,ତ୍ରିନାଥ ତଇକା,ଅଶୋକ ପୁଆଲା,ଗଙ୍ଗା କାଡ୍ରାକା,ଗୋବର୍ଦ୍ଧନ କଣ୍ଡାଗିରି,ଚନ୍ଦ୍ର ପୁଆଲା,ସୋମନାଥ ଜାକାକା,ପ୍ରଦୀପ ଉଲ୍ଲକା,କ୍ରୀଷ୍ଣା ମେଲେକା,ବିଜୟ ମେଲେକା, ଗୋପାଳ,ବାସନା ମେଲେକାଙ୍କ ସମେତ ୨୮ ପଞ୍ଚାୟତର ଆଦିବାସୀ ବୁଦ୍ଧିଜୀବୀ ଓ ଯୁବକ ମାନେ ଉପସ୍ଥିତ ଥିବା ବେଳେ ଦୁର୍ଗାଚରଣ ମାଣ୍ଡାଙ୍ଗି ମଞ୍ଚ ପରିଚାଳନା କରିଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି।
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ…
ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍ଘାଟିତ
ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍ଘାଟିତ ଭୁବନେଶ୍ୱର: ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା…
ରାୟଗଡା ରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର ଆହତ।
ରାୟଗଡା ରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର ଆହତ। ରାୟଗଡା ରେ ଟାଙ୍କି ଫାଟି ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ…