ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ଠାରେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଉପ ସଭାପତି କ୍ରୀଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାରୁ ୧୦୮ ଆମ୍ବୁଲାନ୍ସ ପାଇଲଟ୍, ଫାର୍ମସିଷ୍ଟ ଓ ଆଟେଣ୍ଡାଣ୍ଟ କର୍ମଚାରୀ ଯୋଗଦାନ ଦେଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କ ବିଭିନ୍ନ ସମସ୍ୟା, ସଂଘକୁ କିଭଳି ସୁଦୃଢ କରାଯିବ ଏବଂ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା । ମୁଖ୍ୟତ ଆମ୍ବୁଲାନ୍ସ କର୍ମଚାରୀମାନେ ୧୨ ଘଣ୍ଟା କମକରି, ୮ଘଣ୍ଟା ପାରିଶ୍ରମିକ ପାଉଛନ୍ତି । ୪ଘଣ୍ଟାର ପ୍ରାପ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠିକା ସଂସ୍ଥା ହଡପ କରି ନେଉ ଯାଉଛନ୍ତି । ତେଣୁ ଏହାକୁ ଘୋର ନନ୍ଦା କରିବା ସହ ଠିକ୍ କାମକୁ କାମକୁ ଠିକ୍ ପ୍ରାପ୍ୟ କିପରି ମିଳିବ ସେନେଇ ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା ଏତବବ୍ୟତୀତ ଜିଲ୍ଲାସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି କ୍ରୀଷ୍ଣାଚନ୍ଦ୍ର ନାୟକ,ଉପ ସଭାପତି ଆଲୋକ କୁମାର ନାୟକ , ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ କୋଷାଧ୍ୟକ୍ଷ ସୁମିତ ବାରିକ, ସହ କୋଷାଧ୍ୟକ୍ଷ କେଦାରନାଥ ସାହୁ, କୋର କମିଟି ଦୁର୍ଗା ପ୍ରସିଦ ପାଢୀ,ଅଶ୍ବିନୀ କୁମାର ନିୟକ, ସଦୟ ଜିସାୟ ପାଣି, ଲୁକା ବଡ ରଇତଙ୍କୁ ସର୍ବ ସମ୍ମତିରେ ଚୟନ କରାଯାଇଛି ।
Related Posts
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ର-ଶିକ୍ଷକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ର-ଶିକ୍ଷକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର (ସିୟୁଓ) କୃଷି ବିଭାଗ ପକ୍ଷରୁ ୧୯ ନଭେମ୍ବର ୨୦୨୪ରେ କ୍ୟାମ୍ପସରେ ଏକ…
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ହିନ୍ଦୀ ଦିବସ ପାଳନ
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ହିନ୍ଦୀ ଦିବସ ପାଳନ ଗଜପତି (ମନୋଜ କୁମାର ପାଢୀ)-: ତା 14/09/24 ରିଖ…
୧୭୮ଟି ଟ୍ରେନ ବାତିଲ ହୋଇଛି ବାତ୍ୟା ‘ଦାନା’ ପାଇଁ
ବାତ୍ୟା ‘ଦାନା’ ପାଇଁ ବାତିଲ୍ ହେଲା ଟ୍ରେନ୍। ଭୁବନେଶ୍ଵର:ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍…