ବୌଦ୍ଧ, ୪/୧୦ information media (ଉଗ୍ରସେନ କର୍ମୀ): ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ସ୍ଥିତ ଓମ୍ କମ୍ପ୍ୟୁଟର କେନ୍ଦ୍ର ରେ ଚଢାଉ କରିଥିଲା ଗତ ବୁଧବାର ଦିନ l ଜଣେ ନକଲି ମାଲିକ ଙ୍କ ଦ୍ଵାରା ଚାଲିଥିଲା କମ୍ପ୍ୟୁଟର ସେଣ୍ଟର୍ । ନକଲି ମାଲିକ ଙ୍କୁ ଗିରଫ ନକରି ଛାଡିଦେଲା ମନମୁଣ୍ଡା ପୋଲିସ । କେଉଁ କାରଣ ରୁ ନକଲି ମାଲିକ ସୁବଳ କହଁର ଙ୍କୁ ଗିରଫ ନକରି ଛାଡିଦେଲା ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି ଯେ ପୋଲିସ୍ ଅଧିକାରୀ କାହା ଚାପରେ ପଡି ଏପରି କଲା? ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି l ଏ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା l ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ଦହ୍ୟା ଠାରେ ସରକାର ଙ୍କ ପକ୍ଷରୁ ଅନୁମୋଦିତ ଓମ୍ କମ୍ପ୍ୟୁଟର ଏକାଡେମୀ ନାମକ ଏକ କେନ୍ଦ୍ର ରେ RI ଏବଂ ଅମୀନ ପରୀକ୍ଷା ଚାଲିଥିଲା । ଏହି କେନ୍ଦ୍ର ରେ ପ୍ରଥମ ସିଫ୍ଟ ରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଦିନ କୁ ତିନି ଟି ସିଫ୍ଟରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଉଥିଲେ l ଏହି ପରୀକ୍ଷା କୁ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପରିଚାଳନା କରୁଥିବା ବେଳେ ପରୀକ୍ଷା କେନ୍ଦ୍ର ରେ କମ୍ପ୍ୟୁଟର କେନ୍ଦ୍ର ର ଅସଲି ମାଲିକ ହେଉଛନ୍ତି ସମ୍ବିତ କୁମାର ବେହେରା l ହେଲେ ଏହାଙ୍କର ମଧ୍ୟ ଦେଖା ନାହିଁ । ହେଲେ ଏଠାରେ ଅସଲି ମାଲିକ ନ ରହି ପରିଚୟ ପତ୍ର ରେ ତାଙ୍କ ନାମ ବ୍ୟବହାର କରି ନିଜର ଫୋଟ ଲଗାଇ ସୁବଳ କହଁର ନାମକ ଜଣେ ବ୍ୟକ୍ତି ଏହି କେନ୍ଦ୍ର କୁ ଚଳାଇଥିଲେ। ଏ ନେଇ ମନମୁଣ୍ଡା ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଉକ୍ତ ପରୀକ୍ଷା କେନ୍ଦ୍ର ରେ ଚଢାଉ କରିଥିବା ବେଳେ ସେଠାରୁ ନକଲି ମାଲିକ ସୁବଳ କହଁର ଙ୍କୁ ଜାଲ ପରିଚୟ ପତ୍ର ସହିତ ଗିରଫ କରିଥିଲା l ଅସଲି କମ୍ପ୍ୟୁଟର ସେଣ୍ଟର୍ ର ମାଲିକ ସମ୍ବିତ କୁମାର ବେହେରା ଙ୍କ ବିଷୟରେ ପୋଲିସ ପଚରାଉଚରା କରୁଥିବା ବେଳେ ଏ ଦିଗରେ ତଦନ୍ତ ଜାରି ରଖିଛି। ତେବେ ଏହି କେନ୍ଦ୍ର ବହୁ ସମୟ ଧରି ଏହି ନକଲି ମାଲିକ ଚଳାଇ ଆସୁଥିବା ସୂଚନା ମିଳିଛି। ତେବେ ଏଠାରେ RI ଅମିନ ପଦବୀ ପାଇଁ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କୁ ଖୋଦ୍ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପରିଚାଳନା କରିଥିଲେ ହେଁ କିଭଳି ଭାବେ କେନ୍ଦ୍ର ମାଲିକ ଙ୍କ ବିଷୟରେ ଜାଣି ପାରିଲେ ନାହିଁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Related Posts

ନୂତନ ବର୍ଷ ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ |
ନୂତନ ବର୍ଷ ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ | ଆର, ଉଦୟଗିରି(ମନୋଜ କୁମାର ପାଢୀ/ ନୂତନ ବର୍ଷରେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ…

ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା
ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା ଆର,ଉଦୟଗିରି(ମନୋଜ କୁମାର ପାଢୀ/ -ଦିନ ଗଜପତି ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ,ଗୋରୁ ବଝେଇ ଟ୍ରକକୁ…

ଅକ୍ଷୟ ତୃତୀୟ ସରିଲା ତଥାପି ଗଜପତିରେ ପହଞ୍ଚିନି ଧାନ ବିହନ
ଅକ୍ଷୟ ତୃତୀୟ ସରିଲା ତଥାପି ଗଜପତିରେ ପହଞ୍ଚିନି ଧାନ ବିହନ ଗଜପତି-୨୨/୫/୨୦୨୪(ମନୋଜ କୁମାର ପାଢ଼ୀ)ଅକ୍ଷୟ ତୃତୀୟା ସରିଲା.ପ୍ରତେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ଚାଷୀ କ୍ଷେତକୁ…