ଆର. ଉଦୟଗିରି ବ୍ଳକ ର ଅଭିଶପ୍ତ ଜୀବନ ବିତାଉଥିବା ଚାରି ଟି ଗାଆଁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨/୧୧/୨୪ – ଆର.ଉଦୟଗିରି ବ୍ଲକ ରେ ଆପଣମାନେ ଜାଣି ଆଶ୍ଚର୍ୟ୍ଯ ହୋଇଯିବେ ଏମିତି ବି ଅନେକ ଗାଆଁ ଅଛି ଯାହାକି ବ୍ଲକ ପ୍ରଶାସନ ର ଦୃଷ୍ଟି ଆଜି ଯାଏ ପଡିନି । ବ୍ଲକ କଥା ଛାଡନ୍ତୁ ଏପରିକି ପଞ୍ଚାୟତ କର୍ମଚାରୀଙ୍କ ନଜର ଠାରୁ ବହୁଦୂରେ । ତେବେ ଆସନ୍ତୁ କୋଉଠି ରହିଛି ସେହି ଅଭିଶପ୍ତ ଗାଆଁ ଦେଖିବା । ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଳକ ଅନ୍ତର୍ଗତ ଅନାଘା ଗ୍ରାମପଞ୍ଚାୟତ ର କିମ୍ବୋସିଂ,ଦଳେସାହି , ବଢ଼ିଅର ଏବଂ ତିଲିବାଙ୍ଗ । ବହୁ ପୁରାତନ ତଥା ସହ ସହ ବର୍ଷ ପୂର୍ବରୁ ଅବସ୍ଥିତ ଏହିଗାଁ ଗୁଡ଼ିକ । ପାଖା ପାଖି 500 ଆଦିବାସୀ ଲୋକ ବସବାସ କରୁଥିବା ବେଳେ ଅନେକ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଯାହାକି ମୁଖ୍ୟ ସମସ୍ୟା ରାସ୍ତା ,ପାନୀୟ ଜଳ ,ବିଦ୍ୟୁତ୍ ଓ ଶିକ୍ଷା ସ୍ବାସ୍ଥ୍ୟ । ରାସ୍ତା କହିଲେ ଦୀର୍ଘ 15 କିଲୋମିଟର ପାହାଡ଼ ଜଙ୍ଗଲର ଲଟା ବୁଦା ଦେଇ ଗଳି ଗଳି ଯିବାକୁ ପଡି ଥାଏ । ତାହା ବି ଜୀବନକୁ ବାଜିଲାଗାଇ । ରାସ୍ତା ଭଲ ନଥିବା ହେତୁ ସମସ୍ତ ମୌଳିକ ସୁବିଧା ପହଞ୍ଚି ପାରେନା ଗାଆଁ ରେ । ସୁସ୍ଥ ମଣିଷ ଟେ ଚାଳିକି ଜିବାତ କଷ୍ଟ ଆଉ ଅସୁସ୍ଥ ଓ ଗର୍ଭବତୀ ମାଁ ମାନଙ୍କ କଥା ନକହିବା ଭଲ। ଶିକ୍ଷାର ବିକାଶ ଲାଗି ବ୍ରିଟିଶ ଅମଳରେ ଇଂରେଜୀ ସରକାର ଦେଇଥିଲେ ଗୋଟେ ସ୍କୁଲ , ତାହାବି ବିଜେଡି ସରକାର ବନ୍ଦ କରି ଦେଲେ । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଥିଲା ତାହାବି ଆଜି ବନ୍ଦ । ଖାଲି ମାସକୁ ମାସ ଯାଇ ଶୁଖିଲା ଖାଦ୍ୟ ନେଇ ଆସନ୍ତି । ଏପରିକି ପଞ୍ଚାୟତ ଅବା ବ୍ଲକ ତରଫରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ଆପଣ ଏଠି ଦେଖିବାକୁ ପାଇପାରିବେ ନାହିଁ । ଅନେକ ବୟସ୍କ ଲୋକ ବୟସର ଶେଷ ପାହାଚ ରେ ପହଞ୍ଚିଗଲେଣି ତଥାପି ଆଜି ଯାଏ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଇବାରୁ ବଞ୍ଚିତ ଅଛନ୍ତି । ଅନେକ ଝିଅ ବି ପାଠ ଅଧାରୁ ଛାଡି ଗାଆଁ ବଗଡ କାମ କରୁଛନ୍ତି । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକରେ ଏପରି ଅନେକ ଗାଆଁ ଅଛି ଯାହାକି ପ୍ରଶାସନ ର ଦୃଷ୍ଟି ଆଜି ପର୍ଯ୍ୟନ୍ତ ପଢ଼ୁନି । ତେବେ ଏଠି ପ୍ରଶାସନ କୁ ଦାୟୀ କରିବା ନା ଆଉ କାହାକୁ ।
Related Posts
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି (୨୬/୬/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…
ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
*ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ* (ଓମ୍ ପ୍ରକାଶ ଚୌଧୁରୀ)ତା:୧୯.୦୬. ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ…
ଭୋଟ ହାର ବୃଦ୍ଧି ନିମନ୍ତେ”ସ୍ବିପ୍ ଅଭିଯାନ”ରେ ଭୋଟର ସଚେତନତା
ଗଜପତି (୧୯/୪/୨୦୨୪): ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏ ନେଇ ପ୍ରଶାସନ…