ଆଶ୍ରମ ବିଦ୍ୟାଳୟ,କେନ୍ଦୁଗୁଡ଼ା ଠାରେ ବାର୍ଷିକ ମହୋତ୍ସବ ୨୦୨୫ ର “ପ୍ରତିଭା ୦୩” ଅନୁଷ୍ଠିତ

ଆଶ୍ରମ ବିଦ୍ୟାଳୟ,କେନ୍ଦୁଗୁଡ଼ା ଠାରେ ବାର୍ଷିକ ମହୋତ୍ସବ ୨୦୨୫ ର “ପ୍ରତିଭା ୦୩” ଅନୁଷ୍ଠିତ

ରାୟଗଡା : ଇତିମଧ୍ୟରେ ବାର୍ଷିକ ମହୋତ୍ସବ ୨୦୨୫ର “ପ୍ରତିଭା 0୩” ରାମନାଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ରବି ଶଙ୍କର ଗମାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମନାଗୁଡା,ମୁଖ୍ୟବକ୍ତା ରୂପେ ଶ୍ରୀ ଶ୍ୟାମଘନ ଭୂୟାଁ ଜିଲ୍ଲା ଶିକ୍ଷା ନିରୀକ୍ଷକ ରାୟଗଡ଼, ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ରୂପେ ଗଙ୍ଗାଧର ବେହେରା ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗୁଣପୁର,ସମ୍ମାନୀୟ ଅତିଥି ରୂପେ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ହୋତା, ଜି ପ୍ରସାଦ ସାଂସଦ ପ୍ରତିନିଧି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚ଼କ୍ରପାଣୀ ରତ୍ନାଲୁ , ଗୌରୀ ଶଙ୍କର ମିଶ୍ର,ମନୋଜ ନାଗବଂଶ,ମଧୁବନ ସରପଞ୍ଚ ବଂଶୀ ଶବର ,ଶିକ୍ଷାବିତ ବାଳକୃଷ୍ଣ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମନାଥ ଶବର,ଆମନ୍ତ୍ରିତ ଅତିଥି ରୂପେ ସୁଶ୍ରୀ ରିତୁପ୍ରଭା ଗମାଙ୍ଗ ସ୍ଥାନୀୟ ଭାମିନି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ କାର୍ଯ୍ୟକ୍ରମ ସଭାପତି ରୂପେ ସସ୍ମିତା ରଥ ମଂଗଳ ସଂପ୍ରସାରଣ ଅଧିକାରୀ ମହୋଦୟା ରାମନାଗୁଡା ତଥା ଆବାହକ ରୂପେ ଦିଲୀପ କୁମାର ଚୌଧୁରୀ ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିଲେ । ବାର୍ଷିକ ମହୋତ୍ସବରେ ମାଳତୀପୁର ପ୍ରଧାନ ଶିକ୍ଷକ ମୋହନ କେରମେରିକା, ଗୁଣପୁର ଅନ୍ଵେଷା ପରିଚାଳକ ସିଲା ଶ୍ରୀନିବାସ,ଗୁଲୁଣ୍ଠି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ କୈବର୍ତ୍ତ,ଝରଡ଼ି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ମହାପାତ୍ର , ବରିଷ୍ଠ ଶିକ୍ଷକ ସୁଶାନ୍ତ ପାଣିଗ୍ରାହୀ ତଥା ସ୍ଥାନୀୟ ଦୃଷ୍ଟିହୀନ କଣ୍ଠ ଶିଳ୍ପୀ ଲକ୍ଷ୍ମଣ ଶବର,ବିଦ୍ୟାଳୟ ର ଜଣେ ସୁନାପୁଅ ଓ ଜଣେ ସୁନାଝିଅ, ପୁରାତନ ଛାତ୍ର ଶୁକ୍ଳ ଶବର ଓ ଜଗନ୍ନାଥ ଶବର , ବିଦ୍ୟାଳୟର କର୍ମକର୍ତ୍ତା ତଥା ପାଚକ ପାଚିକା ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ମଞ୍ଚାସୀନ ଅତିଥି ସମେତ ଉପସ୍ଥିତ ସାମ୍ବାଦିକ ମହୋଦୟଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନ ପ୍ରଦାନ କରାଯାଇଥିଲା। ବାର୍ଷିକ କ୍ରିଡା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସିଂହ,ବାଘ, ହରିଣ, ମାଙ୍କଡ଼ ,ଟମାଟ, ବାଇଗଣ, ଏପଲ ଇତ୍ୟାଦି କୌତୁକ ପୋଷାକ ପରିଧାନ କରିଥିଲେ ଯାହା ବହୁ କୌତୁହଳ ପରିବେଶ ସୃଷ୍ଟି କରୁଥିଲା। ମୋହନ କେରମେରିକା, ସିଲା ଶ୍ରୀନିବାସ, ସୁଶାନ୍ତ ସାହୁ ସମେତ ଅନ୍ୟ ଶିକ୍ଷକ ବନ୍ଧୁ ତଥା ଗ୍ରାମବାସୀ ସୁଶାନ୍ତ ସାହୁ ଓ ମିଟୁ ସାହୁ ସହଯୋଗ କରିଥିଲେ। ଗୁଣପୁର ଡ୍ରିମ୍ ଇଣ୍ଡିଆ ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କର ସଭା ପରିଚାଳନା କରିଥିଲେ।ନିଖିଳ ପାଢୀ ଓ ତପନ ସୁନାମୁଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *