ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି। ଇଡି ସେସବୁ ମାମଲାର ଖୋଳତାଡ଼ କରିବ। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସମସ୍ତ ଦସ୍ତାବିଜ ଇଡିକୁ ହସ୍ତାନ୍ତର ହୋଇସାରିଛି। ୨୦୨୩ରୁ ୨୦୨୪ ମସିହା ମଧ୍ୟରେ ଭିଜିଲାନ୍ସ ପଞ୍ଝାରେ ଫସି ଜେଲ୍ ଯାଇଥିବା ଓ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ କରାଯାଇନାହିଁ। କିନ୍ତୁ ଖୁବ୍ ଶୀଘ୍ର ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍ଏଲ୍ଏ)ରେ ସେମାନଙ୍କୁ ସମନ କରାଯିବ ଏବଂ ସେତେବେଳେ ସେମାନଙ୍କ ନାଁ ସ୍ବତଃ ପ୍ରକାଶପାଇଯିବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ଖବର ଜଣାପଡ଼ିବା ପରେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଥିବା ସରକାରୀବାବୁମାନଙ୍କ ଛାତିରେ ଛନକା ପଶିଛି। ଭିଜିଲାନ୍ସ ମାମଲା ସହିତ ସେମାନଙ୍କୁ ପୁଣି ଇଡି ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଖବର ଜଣାପଡ଼ିବା ପରେ ନିଲମ୍ବିତ ଏହି କୋଟିପତି ଅଧିକାରୀମାନଙ୍କ ନିଦ ହଜିଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି।
