ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହେଲା ନିଷ୍ଠା ପରିବାର

ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହେଲା ନିଷ୍ଠା ପରିବାର…

ବରଗଡ – (ଭବାନୀ ଶଙ୍କର ପାଢ଼ୀ)ବରଗଡ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଦ୍ଵାରା ଗତ ତା-୦୧-୦୧-୨୦୨୫ରିଖ ରୁ ତା-୨୦-୦୨-୨୦୨୫ରିଖ ପର୍ଯ୍ୟନ୍ତ ଆୟୋଜିତ ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ର ଉଦଯାପନୀ ସମାରୋହ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ, ବରଗଡ଼ ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ସ୍ଵତନ୍ତ୍ର ଅତିଥି ଭାବରେ ଇଣ୍ଡିଆ ବୁକ ଅଫ ରେକର୍ଡ ର ଶ୍ରୀମାନ କ୍ରୀଷ୍ଣ କୁମାର ଗୁପ୍ତା, ସମ୍ବାନିତ ଅତିଥି ଭାବରେ ବରଗଡ଼ ଏ ଡି ଏମ ଶ୍ରୀମତୀ ମଧୁଛନ୍ଦା ସାହୁ , ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କର,ଡି.ପି.ଏମ ଗିରିଜା ଶଙ୍କର ମିଶ୍ର ପ୍ରମୂଖ ଯୋଗ ଦେଇ ରକ୍ତ ଦାନ କ୍ଷେତ୍ର ରେ ଜନ ସାଧାରଣ ଙ୍କୁ ସଚେତନ କରିବାରେ ନିଷ୍ଠା ପରିବାର ଭୂମିକା କୁ ଭୂୟସୀ ପ୍ରଶଂସା କରିଥିଲେ। ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ ମଦନ ମୋହନ ଦାଶ ଙ୍କ ସଂଯୋଜନା ଓ ସଭାପତି ରକ୍ଷପାଲ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ନିଷ୍ଠା ର ସଂପାଦକ ଲୋକନାଥ ସାହୁ ବିବରଣୀ ପାଠ ଓ ଅନ୍ୟତମ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ସଭା ର ଉଦ୍ଦେଶ୍ୟ ଜ୍ଞାପନା କରିଥଲେ। ସଭାରମ୍ଭ ରୁ ଇଣ୍ଡିଆ ଵୁକ ଅଫ ରେକର୍ଡ ର କ୍ରୀଷ୍ଣ କୁମାର ଗୁପ୍ତା ନିଷ୍ଠା ପରିବାର ର ଗୁଣଗାନ କରି ୫୧ଦିନ ଧରି କ୍ରମାଗତ ଭାବ ରେ ୨୭୭୨ୟୁନିଟ ରକ୍ତ ସଂଗ୍ରହ କରିଥିବା ଯୋଗୁଁ ଇଣ୍ଡିଆ ଵୁକ୍ ଅଫ ରେକର୍ଡ ରେ ନିଷ୍ଠା ପରିବାର ସ୍ଥାନ ପାଇଛି ବୋଲି ଘୋଷଣା କରିବା ସମୟ ରେ ସମଗ୍ର ହଲ ତାଲି ମାଡ ରେ ପ୍ରକମ୍ପିତ ହୋଇ ଉଠିଥିଲା ।ଉପଦେଷ୍ଟା  ଶ୍ରୀ ସଚି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ନିଷ୍ଠା ପରିବାର ପ୍ରତ୍ୟେକ ସହଯୋଗୀ ସଂଗଠନ ମାନଙ୍କୁ ଉତ୍ତରୀୟ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବରଗଡ଼ ରକ୍ତ ଭଣ୍ଡାର ତରଫ ରୁ ନିଷ୍ଠା କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ନିଷ୍ଠା ତରଫ ରୁ ବରଗଡ଼,ବୁର୍ଲା,ସମ୍ବଲପୁର ଓ ପଦମପୁର ରକ୍ତ ଭଣ୍ଡାର ସହ ନିଷ୍ଠାର ମହିଳା ସଦସ୍ୟା ଙ୍କ ମାଁ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲା ନିଷ୍ଠା ପରିବାର। ଏହି ଭବ୍ୟ କାର୍ଯ୍ୟକ୍ରମ ରେ ବରଗଡ଼ ର ଅଗ୍ରଣୀ ସଂଗଠନ ସଂକଳ୍ପ ପରିବାର, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ସେବା ଫାଉଣ୍ଡେସନ, ଆନନ୍ଦ ସେବା ସଦନ, କୋଶଳ ଡିଫେନ୍ସ ଏକାଡେମୀ, ବରଗଡ଼ ଫିଜିକାଲ ଏକାଡେମୀ,ଇଗଲ ସୋସିଆଲ ଗ୍ରୁପ, ଦୃଷ୍ଠି ଓ ସମ୍ବଲପୁର ର ସମ୍ବଳ, ପରିଚୟ, ଶିକ୍ଷା, ପଦମପୁର ର ସହଜୋଗ ଅନୁଷ୍ଠାନ, କୋଶଳ ସଂଗ୍ରାମୀ ଅର୍ପଣ ଦାଶ ନାୟକ, ରମଣୀ ଦନ୍ତା ପ୍ରମୁଖ ଯୋଗ ଦେଇ ନିଷ୍ଠା ପରିବାର କୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷ ରେ ସଂପାଦକ ଲୋକନାଥ ସାହୁ ଙ୍କ ଧନ୍ୟବାଦ ଅର୍ପଣ ପରେ ସାନ ନୃତ୍ୟ ଏକାଡେମୀ ଦ୍ୱାରା କୁନି କୁନି ଛାତ୍ରୀ ମାନଙ୍କ ଦ୍ଵାରା ଏକ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯିବା ସହ ସମାରୋହ ର ସମାପ୍ତି ଘୋଷଣା କରଯାଇଥିଲା। ଏହି ଐତିହାସିକ ଦିନ କୁ ସ୍ମରଣୀୟ କରିବା ପାଇଁ ବରଗଡ଼ ରାମ ମନ୍ଦିର ଠାରେ ସରଧା ପାଲି ର ଶ୍ରୀମତୀ ନଳିନୀ  ଓ ଗୁଣ ନିଧି ସୁନା ଙ୍କ ଶିଶୁ କନ୍ୟା ଗୀତାଂଶି ର ଶୁଭ ଅନ୍ନ ପ୍ରାଶନ୍ନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ତୁଷାର କାନ୍ତ ମିଶ୍ର, ନିଷ୍ଠା ପରିବାର ର ଦୟାନିଧୀ ଷଡଙ୍ଗୀ ଓ ଜୟି ମଙ୍ଗଳ ପ୍ରଧାନ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *