ଉନ୍ନତ ମାନର ଚିକିତ୍ସା ଅପେକ୍ଷାରେ ନଅ ବର୍ଷର କୁନି ଛାତ୍ର ରିତେଶ । ରାୟଗଡ଼ (ପ୍ରଫୁଲ୍ଲ କୁମାର ବେହେରା)- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତସ୍ଥିତ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନରତ ଏକ କୁନି ଛାତ୍ରର ଦାରୁଣ ଦୃଶ୍ୟ ବର୍ତମାନ ଗ୍ରାମବାସୀଙ୍କୁ ବିଚଳିତ କରି ଦେଉଛି। ରିତେଶ ଗଉଡ଼ ନାମକ ୯ବର୍ଷୀୟ ବାଳକ ଙ୍କ ଚିକିତ୍ସା ନିମନ୍ତେ ବାଧକ ସାଜିଛି ଅର୍ଥ। କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ ଛଅ ମାସ ହେବ କଲବଲ ହେଉଛନ୍ତି ରିତେଶ।ରିତେଶ ଗୋରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରେ। ପ୍ରଥମେ ପିଲାର ଅବସ୍ଥା କୁ ଦେଖି ବିଦ୍ୟାଳୟର କିଛି ଶିକ୍ଷକ ମାନେ ଟିକିରି ସ୍ଥିତ ନୂଆପଡା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରିଥିଲେ। ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପୂଣି ଜିଲ୍ଲା ଚିକିତ୍ସାଳୟର ନିର୍ଦେଶ କ୍ରମେ କୋରାପୁଟ ସ୍ଥାନାନ୍ତର କରାଗଲା। କିନ୍ତୁ, କୌଣସି ସଫଳ ଚିକିତ୍ସା ହୋଇ ପାରିଲା ନାହିଁ। ଏହାପରେ ରିତେଶଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି ପରିବାର ପକ୍ଷରୁ ସୁଚନା ମିଳିଛି।ବର୍ତମାନ ପରିବାର ପକ୍ଷେ ଅର୍ଥ ବାଧକ ସାଜିଥିବା ବେଳେ, ଚିକିତ୍ସା ପାଇଁ ସହାୟତାର ନିବେଦନ କରିଛନ୍ତି ପୀଡିତଙ୍କ ପିତା ମାତା। ହାଟ ବଜାର ବୁଲି ବ୍ୟବସାୟୀ ମାନଙ୍କ ମାଲ ବଝେଇ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଚାଲେ। ରିତେଶଙ୍କ ମାଆ ମଧ୍ୟ ସାହି ପଡିଶା ଘରେ ଦୁଇ ଅଳି କାମ କରି ରିତେଶ ଙ୍କ ବାପା ଏଵଂ ମାଆ ଚାରି ପିଲାଙ୍କ ଭରଣପୋଷଣ କରିଥାନ୍ତି। ଏହିଭଳି ଆର୍ଥିକ ପରିସ୍ଥିତି ଦୟନୀୟ ଅବସ୍ଥାରେ ଗୁଜୁରାଣ ମେଣ୍ଟାଉଥିବା ସ୍ଥଳେ , କେମିତି ରୁଗ୍ନ ପିଲାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବେ ସେଥିପାଇଁ ପରିବାର ଏକ ପ୍ରକାର ଭାଙ୍ଗିପଡ଼ିଛି। ଏଥିପାଇଁ ରିତେଶ ଙ୍କ ବାପା ନିଜ ନିଜର ଆତ୍ମୀୟ ସ୍ୱଜ୍ଜନ ଏଵଂ ଯେଉଁ ମାନଙ୍କ ଦ୍ଵାରା କିଛି ଅର୍ଥ ସହାୟତା ମିଳି ପାରିବ ସେମାନଙ୍କୁ ନିବେଦନ କରୁଛନ୍ତି। ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ଯଦି ଏହି କୁନି ଛାତ୍ର ରିତେଶ ସ୍ବାସ୍ଥ୍ୟାବସ୍ଥା ସୁଧାର ଆଣିବା ପାଇଁ କିଛି ବ୍ୟବସ୍ଥା ହୋଇ ପାରିଲେ ଆମେ ସମସ୍ତଙ୍କ ପାଖରେ ଚିର ରୁଣି ରହିବୁ ବୋଲି ଅଶ୍ରୁଭରା ନୟନରେ ରିତେଶ ଙ୍କ ବାପା ଏଵଂ ମାଆ ଅନୁରୋଧ କରିଛନ୍ତି।
Related Posts
ସାଇକେଲରେ ଖଡ଼ିଆଳରୁ ଉତ୍ତରାଖଣ୍ଡ ଯାତ୍ରା
*ସାଇକେଲରେ ଖଡ଼ିଆଳରୁ ଉତ୍ତରାଖଣ୍ଡ ଯାତ୍ରା* ନୂଆପଡା ଜିଲ୍ଲା(ଓମ୍ ପ୍ରକାଶ ଚୌଧୁରୀ) ଖଡ଼ିଆଳରୁ ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା, ତାହା ପୁଣି ବାଇ ସାଇକେଲରେ। ନୂଆପଡ଼ା ଜିଲ୍ଲା କୋମନା ବ୍ଳକର…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଗଜପତି(ମନୋଜ କୁମାର ପାଢୀ)-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଲିଖିତ ଅଭିଯୋଗ କଲେ ଯୁବ ସମାଜସେବୀ….
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଲିଖିତ ଅଭିଯୋଗ କଲେ ଯୁବ ସମାଜସେବୀ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ର କଳିଙ୍ଗା…