ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର ଉପଖଣ୍ଡ ର ବିକ୍ରମପୁର ଠାରେ ଅବସ୍ଥିତ ଏକଲବ୍ୟ ବିଦ୍ୟାଳୟ ଠାରେ 4ର୍ଥ ରାଜ୍ୟସ୍ତରୀୟ କ୍ରୀଡା ମୋହକୁମ୍ଭ ଆରମ୍ବ ହୋଇଯାଇଛି ଏହା 20 ଓ 21 ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ଏହି କ୍ରୀଡା ମହାକୁମ୍ଭ ରେ ଓଡିଶା ର 18 ଗୋଟି ଜ଼ିଲ୍ଲା ରୁ 30 ଗୋଟି ଏକଲବ୍ୟ ସ୍କୁଲର 643 ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଭାଗ ନେଇଛନ୍ତି l ଏଥିରେ 14 ଓ 19 ବର୍ଷରୁ କମ 2 ବିଭାଗ ର ବାଳକ ବାଳିକା ବର୍ଗ ରେ କବାଡି, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଟ୍ରିପଲ ଯମ୍ପ, ଶୋଟ ପୁଟ, ଡିସ୍କସ ଥ୍ରୋ ଓ ଜାଭଲିନ ଥ୍ରୋ ଖେଳ ଅନୁଷ୍ଠିତ ହେବ ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ କହିଛନ୍ତି l ଆଜିର ଏହି କ୍ରୀଡା ର ମହାକୁମ୍ଭ କୁ ଗୁଣୁପୁର ଉପ ଜ଼ିଲ୍ଲାପାଳ କିରନ ଦୀପ କୌର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୁଣୁପୁର ବ୍ଲକ ଅଧକ୍ଷା ଝିଲି ଶବର, ବିଡ଼ିଓ ଶୁଭଜ୍ୟୋତି ପ୍ରଧାନ, ଜ଼ିଲ୍ଲା ମଙ୍ଗଳ ବିଭାଗ ର ଶିକ୍ଷାଧିଶ ଶ୍ୟାମଘନ ଭୂୟାଁ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ ଓ ପ୍ରଦୀପ୍ତ କୁମାର ଦଳାଇ, ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଯୋଗ ଦେଇ ମଂଚାସୀନ ଥିଲେ ଏହି କାର୍ଯ୍ୟକ୍ରମ ଟି ସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l କ୍ରୀଡା ଉତ୍ସବ ଆରମ୍ଭ ପୂର୍ବରୁ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ଅତିଥିମାନେ ପ୍ରତିଯୋଗୀ ଙ୍କୁ ଉଦବୋଧନ ଦେବସହିତ ଉତ୍ସାହିତ କରିଥିଲେ l ରାଜ୍ୟ ର 30ଗୋଟି ସ୍କୁଲ ରୁ ଆସିଥିବା ଖେଳାଳି ଙ୍କୁ ନିଜ ନିଜ ର ବକ୍ତବ୍ୟରେ ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥି କ୍ରୀଡା ମଶାଲ କୁ ସ୍ଥାପନ କରି କ୍ରୀଡା ପତାକା କୁ ଉତୋଳନ କରିବା ସହିତ ଅନୁଷ୍ଠାନିକ ଭାବେ କ୍ରୀଡା ମୋହ ଉତ୍ସବ କୁ ପ୍ରାରମ୍ଭ କରିଥିଲେ l ଆଜିର ଏହି କ୍ରୀଡା କୁ ବାବୁଲା ମେଲକା, ଶଙ୍କର୍ଷଣ ମହାନ୍ତି, ମନୋଜ ତୁଳ, ହରେକୃଷ୍ଣ ଗୌଡ଼, ସଚିନ କୁମାର ଜେନା, ରମା ସଂକର ପାଳ, ହେମନ୍ତ କୁମାର, ଜିନିତ ଶବର, ନମିତା ରଥ, ନନ୍ଦିନୀ ପଣ୍ଡା, ଅଲିଭା ଜ୍ୟୋତି ଡେ, ଅର୍ପନା ପାତ୍ର, କ୍ରୀଡା ପରିଚାଳନା କରିଥିଲେ l ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦେବୀ ପ୍ରସାଦ ଯୋଗ ଦେଇଥିଲେ l ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ଶିକ୍ଷକ ସିମାଞ୍ଚଳ ପାତ୍ର ଓ ଶାନ୍ତୁ ଶର୍ମା ମଞ୍ଚ ପରିଚାଳନା କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରକଳ୍ପ ଆଧାରିତ ଶିକ୍ଷାଦାନ ପ୍ରଶିକ୍ଷଣ ଶୁଭ ଉଦଘାଟନ
ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରକଳ୍ପ ଆଧାରିତ ଶିକ୍ଷାଦାନ ପ୍ରଶିକ୍ଷଣ ଶୁଭ ଉଦଘାଟନ.. ଗଜପତି -୩୦/୯/୨୪(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ…
କାଶୀନଗର ରାୟଗଡ଼ ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସି
କାଶୀନଗର ରାୟଗଡ଼ ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସି ଗଜପତି-: (୧୨/୬/୨୦୨୪):ଗଜପତି ଜିଲ୍ଲାରେ ପୋଲିସ ବିଭାଗରେ ଛୋଟଧରଣର ଅଦଳବଦଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ଏସପି…
ଭଙ୍ଗା ଘରେ ବିତୁଛି ୧୨ଜଣ ପରିବାର ଜୀବନ, ପ୍ରଶାସନକୁ ଆବାସ ଗୃହ ପାଇଁ କରିଛନ୍ତି ନିବେଦନ ..
ଭଙ୍ଗା ଘରେ ବିତୁଛି ୧୨ଜଣ ପରିବାର ଜୀବନ, ପ୍ରଶାସନକୁ ଆବାସ ଗୃହ ପାଇଁ କରିଛନ୍ତି ନିବେଦନ .. .କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା…