ଏ, ଏମ, ସି,ଏସ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଏ, ଏମ, ସି,ଏସ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି,ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ର, ଛାତ୍ରୀ ଙ୍କୁ ପ୍ରଥମ ଓ ଦ୍ଵିତୀୟ ବର୍ଷର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର, ଛାତ୍ରୀ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଚମ୍ପା ସୋରେନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।ଅଧ୍ୟାପକ ରିଲୁ ପ୍ରଧାନ ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ ଅଧ୍ୟାପକ ରାଜେନ୍ଦ୍ର ନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ବନମାଳି ବେହେରା,ନରେନ୍ଦ୍ର ଦିଗାଲ,ଅମୂଲ୍ୟ ସାବତ ଶ୍ରୀରତନ ଦିଗାଲ,ଶ୍ରୀ ଜ୍ଞାନ ରଞ୍ଜନ ଭୋଇ, ଶ୍ରୀ ସୁମନ୍ତ ସାହୁ, ସନ୍ତୋଷ କୁମାର ରଥ,ଅଧ୍ୟାପିକା ସ୍ମୃତିରେଖା ନାୟକ,ନମିତା ମହାରଣା ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମକୁ ଛାତ୍ର ସମେଶ୍ ପଣ୍ଡା,ସଞ୍ଜୟ,ପ୍ରଭାକର,ସୁଦାମ,ନିଖିଲ,ସୁବ୍ରତ,ସଂଗ୍ରାମ,ଜ୍ୟୋତି,ଛାତ୍ରୀ ପ୍ରଜ୍ଞା,ରାଜଶ୍ରୀ,ପ୍ରତିଭା,ଦୀପ୍ତି,ଅଙ୍କିତା,ରାଜେଶ୍ୱରୀ,ସୁଭଦ୍ରା,ଶିବାନୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *