ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ
ଭୁବନେଶ୍ୱର: ଆଜି ସକାଳୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।ଭୁବନେଶ୍ବର, ବାଲେଶ୍ବର, କଟକ, ବାରିପଦା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ଥିବା ସୂଚନା ମିଳିଛି। ବଙ୍ଗୋପସାଗରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ।ପୁରୀରୁ ୨୮୬ ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସକାଳ ୬.୧୦ ରେ ଅନୁଭୂତ ହୋଇଥିଲା ଭୂକମ୍ପ।ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି।ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।