ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ । ଗଜପତି (ମନୋଜ ପାଢୀ)ତା, ୨୯,୧୨,୨୦୨୪ଆଜି ଦୁଇଟା ବେଳେ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି। ଗତ ଦିନରେ ଜିଲ୍ଲାରେ ଅଦିନିଆ ବର୍ଷା ଲଗାତାର ଲାଗି ରହିବା ଯୋଗୁଁ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା ଯାହା ଫଳରେ ବହୁ ଚାଷୀ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ ରହିଥିଲେ। ଏହି ଖବର ବିଭିନ୍ନ ଗଣ ମାଧ୍ୟମର ଶୀର୍ଷକ ରେ ରହିବା ଆଉ ସ୍ଥାନୀୟ ବିଧାୟକ ମାନେ ଏ ନେଇ ବାରମ୍ବାର ଯୋଗାଣ ମନ୍ତ୍ରୀଙ୍କୁ ଜଣାଇ ଥିଲେ । ଯାହା ଫଳରେ ଆଜି ପ୍ରଥମେ ପାରଳାଖେମୁଣ୍ଡି ଶେଞ୍ଚୁରିଆନ ପବ୍ଲିକ ସ୍କୁଲ ଠାରେ ହେଲିକ୍ୟପ୍ଟର ଯୋଗେ ଅବତରଣ କରି ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଏହି ଅବସରରେ ଗୁରାଣ୍ଡି, ଉପଲଡା ଆଦି ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷିରେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ ନାରାୟଣ ରାଓ ଙ୍କ ସହ ଅନ୍ୟ ନେତା ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଗଜପତି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
Related Posts

ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ
ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ ଆର ଉଦୟଗିରି(ମନୋଜ କୁମାର ପାଢୀ) : ସ୍ୱାଧିନ ଭାରତର ୭୭ ବର୍ଷ ବିତିଯାଇଛି |ଦେଶ ବୋହୁ କ୍ଷେତ୍ରରେ ଆଗେଇଲାଣି |…

ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ
– ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ ଗଜପତି(ମନୋଜ ପାଢୀ/୩/୧୧/୨୪ଗଜପତି ଜିଲ୍ଲାର ବଣ ପାହାଡ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଗଜପତି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ…