ଓଡିଶା ରାଜସ୍ୱ ଅମଲା ସଙ୍ଘ ରାୟଗଡ ଶାଖାର କର୍ମକର୍ତ୍ତା ଚୟନ”ମନୋଜ କୁମାର ରଥ ସଭାପତି ଓ ଶ୍ରୀ ଅଜୟ କୁମାର ନାହାକ ସମ୍ପାଦକ ନିର୍ବାଚିତ “
ରାୟଗଡ:ରାୟଗଡ ଜିଲ୍ଲା ଶାଖା ଓଡିଶା ଅମଲା ସଂଘର ଆଜି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଅରୁଣ କୁମାର ପାଢ଼ୀ, ରାଜସ୍ବ ସେବା ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ l ଏହି ନିର୍ବାଚନରେ ୨୫୪ଜଣ ନିଜର ମତଦାନ କରିଥିଲେ l ସଭାପତି ଦୌଡରେ ଶ୍ରୀ ମନୋଜ କୁମାର ରଥ,ସିମାଞ୍ଚଳ ପଣ୍ଡା ଦୁଇଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ ଓ ଶ୍ରୀ ମନୋଜ କୁମାର ରଥ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ସେହିପରି ସାଧାରଣ ସମ୍ପାଦକ ପାଇଁ ଶ୍ରୀ ସ୍ନେହାଶିଷ ପାତ୍ର ଓ ଶ୍ରୀ ଅଜୟ କୁମାର ନାହାକ ପ୍ରତିଦାନ୍ଦିତା କରିଥିଲେ ଓ ଶ୍ରୀ ଅଜୟ କୁମାର ନାହାକ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ରାୟଗଡ ଶାଖା ପାଇଁ ଉପସଭାପତି ପଦରେ ଶ୍ରୀ ନରେଶ ଇଡ଼ୁମ ଓ ଶ୍ରୀ ରବି ନାରାୟଣ ପଟ୍ଟଯୋଶୀ ମଧ୍ୟରେ ପ୍ରତିଦାନ୍ଦିତାରେ ଶ୍ରୀ ପଟ୍ଟଯୋଶୀ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ଗୁଣୁପୁର ଶାଖା ପାଇଁ ଜି ଦିବାକର ଓ ଶ୍ରୀ ବଳରାମ ଭୁୟାଁ ମଧ୍ୟରେ ପ୍ରତିଦାନ୍ଦିତାରେ ଶ୍ରୀ ବଳରାମ ଭୁୟାଁ ସର୍ବାଧିକ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ l ସେହିପରି ଯୁଗ୍ମ ସମ୍ପାଦକ ପାଦ ପାଇଁ ଶ୍ରୀ ତ୍ରିପତି କୁମାର ଜେନା ଓ ଶ୍ରୀମତୀ ବବିତା ପଣ୍ଡା ମଧ୍ୟରେ ପ୍ରତିଦନ୍ଦିତାରେ ଶ୍ରୀମତୀ ବବିତା ପଣ୍ଡା ସର୍ବାଧିକ ଭୋଟ ପାଇ ନୁର୍ବାଚିତ ଗୋଇଛନ୍ତି l ସେହିପରି କୋଷଧ୍ୟକ୍ଷ ପଦ ପାଇଁ ଶ୍ରୀ ସେବlନନ୍ଦ ମହାପାତ୍ର ଓ ଆରୀ ଗଦାଧର ପାତ୍ର ମଧ୍ୟରେ ପ୍ରତିଦନ୍ଦିତlରେ ଶ୍ରୀ ଗଦାଧର ପାତ୍ର ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚିତ ସଦସ୍ୟ, ସଦସ୍ୟା ମାନଙ୍କୁ ଶପଥ ପାଠ କରାଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ