ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛି ପୁଣି ଜଣେ କଲରାପତରିଆ ବାଘ ଚମଡ଼ା ଚାଲାଣକାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ନାରାୟଣ ମାଝୀ। ଆଜି ନାରାୟଣକୁ କଣ୍ଟାମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଧୂର୍ତ୍ତ ନାରାୟଣଠାରୁ ବାଘ ଚମଡ଼ା ଚାଲାଣର ସମସ୍ତ ତଥ୍ୟ ଆଦାୟ କରିବା ସମ୍ଭବ ହୋଇନଥିବାରୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି। କେଉଁ ଜଙ୍ଗଲରେ ବାଘଟିକୁ ଶିକାର କରାଯାଇଥିଲା, ଶିକାରୀ କିଏ ଏବଂ କିଣାବିକା ରୢାକେଟ୍ର ମୂଳ କେଉଁଠି, ଏସବୁ ତଥ୍ୟ ହାତେଇବାକୁ ନାରାୟଣକୁ ଏସ୍ଟିଏଫ୍ ରିମାଣ୍ଡ୍ରେ ଆଣିବ ବୋଲି ସୂଚନା ମିଳିଛି। ସବୁଥର ଭଳି ଏଥର ମଧ୍ୟ ଏସ୍ଟିଏଫ୍ ସ୍ଥାନୀୟ ଚାଲାଣକାରୀକୁ ଧରିଛି। କିଣିବା ପାର୍ଟି ଖସିଯିବାରେ ସକ୍ଷମ ହୋଇଛି।
Related Posts
ଗଜପତି ଜିଲ୍ଲା ରାସ୍ତା ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ ।
ଗଜପତି ଜିଲ୍ଲା ରାସ୍ତା ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ । ଆର,ଉଦୟଗରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାର ରାସ୍ତା ନିଜସ୍ଵ ପଇସାରେ ନିର୍ମାଣ କଲେ କନ୍ଧମାଳ…
ମେ ୨୬ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ମେ ୨୬ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ ଭୁବନେଶ୍ବର : ,(Abhishek Mohanty)ମେ ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା…
ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର “” ୧୭ତମ ଧନୁଯାତ୍ରା ମହୋତ୍ସବ”” ୨୦୨୪ /୨୫
ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର “” ୧୭ତମ ଧନୁଯାତ୍ରା ମହୋତ୍ସବ”” ୨୦୨୪ /୨୫ ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୧୪ ତାରିଖ ରୁ ୨୪…