କଳାକାର ଓ ଜନସାଧାରଣଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷତ କରିବ କଳାକାର ମହାସଂଘ……………………………………….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ, ଟିକାବାଲି ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପାରମ୍ପରିକ ଲୋକକଳାକାର ମହାସଂଘ ର କର୍ମକର୍ତା ସରକାରଙ୍କ କଳାକାର ଙ୍କ ପ୍ରତି ଦୃଷ୍ଟି ଦେଉନଥିବା କହି ଗର୍ଜି ଥିଲେ l ରେଭୁନ୍ୟୁ ସ୍ତରରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କଳାକାରଙ୍କ ସ୍ୱାର୍ଥରକ୍ଷା ପାଇଁ ବିଭିନ୍ନ ଦାବି ଅର୍ଥାତ -ଏକ ଲକ୍ଷ କଳାକାର ଙ୍କ ପାଇଁ ଭତା ମଞ୍ଜୁରୀ , ଏବଂ କଳାକାର ଆବେଦନ କରିଥିବା କଳାକାରଙ୍କ ଅଡ଼ିସନ କରିବା, କଳାକାର ଭତା ବୃଦ୍ଧି କରିବା, କଳାକାର ଙ୍କ ପାଇଁ ବ୍ଲକ ହେଡକ୍ୱାଟର ରେ ସଂକୃତି ଭବନ ନିର୍ମାଣ କରିବା, କଳାକାରଙ୍କୁ ବୀମା ସୁବିଧାଯୋଗାଇବା, ରଥ ଗାଡି କିମ୍ବା ଏ. ଲି. ଡି ଜରିଆରେ ସଚେତନତା କାର୍ଯ୍ୟକ୍ରମ ନ କରି କଳାକାର ଙ୍କ ଦ୍ୱରା କରିବା, ପ୍ରତ୍ୟେକ ବ୍ଲକରେ ଦୁଇଦିନ ମହୋତ୍ସବ ପାଇଁ ଅର୍ଥ ମଞ୍ଜୁରୀ କରିବା, ଏହିପରି ଅନେକ ଦାବି ଯାହା କଳାକାର ଙ୍କ ଉର୍ନ୍ନତିରେ ସହାୟକ ହୋଇପାରିବ l କଳାକାର ଙ୍କ ସମସ୍ତ ଦାବିର ଫଳ ପ୍ରଦପାଇଁ ବିଗତ ଦିନ ରେ ଥିବା ବିଜେଡି ସରକାର କିମ୍ବା ବର୍ତମାନ ବିଜେପି ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା ସରକାର ଏଥି ପ୍ରତି କର୍ଣ୍ଣ ପାତ ନ କରିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ l ଏ ନେଇ ମହାସଂଘ ତରଫରୁ ଖୁବ ଶୀଘ୍ର ଏକ ବିରାଟ ଆନ୍ଦୋଳନ ରେ ଜନସାଧାରଣଙ୍କ ହକ ପାଇଁ ରାଜ ରାସ୍ତା କୁ ହୋଲ୍ଲଇବ l ନିଜର ହକ ଅଧିକାର ପାଇଁ ଲଢେଇ କରିବା ନେଇ ଆଜିର ବୈଠକରେ ସର୍ବ ସନ୍ନତି କ୍ରମେ ନିଷ୍ପତି ହେଇଥିବ ଜଣା ପଡିଛି l ଆଜିର ବୈଠକ ରେ ସମ୍ପାଦକ ବଳି କହଁର, ସହ ସମ୍ପାଦକ କୁନା ଦିଗାଲ, ସଂଯୋଜକ ଗନ୍ଧର୍ବ କହଁର, ଅଧିଶ୍ୱର ମାଲିକ, କତଳା ପ୍ରଧାନ, ଉପଦେଷ୍ଟା ପ୍ରେମନ୍ତ କହଁର, ଗୁରୁ ରାମ ନାୟକ, ଙ୍କ ସମେତ ସୁଜାତା ମଳିକ, ମିନାକ୍ଷୀ ମଳିକ, ସବିତା ପ୍ରଧାନ, ବସନ୍ତ ନାୟକଙ୍କ ପରି ଅନେକ ଦଳ ମୁଖ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l
Related Posts
ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସଭା-
-ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସଭା- ନୂଆପଡା:( ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଅବସରକାଳୀନ ବିଦାୟ…
ନିଖୋଜ କାହାଣୀ
ନିଖୋଜ କାହାଣୀ ଯୋଡ଼ି ହେଉଛି ଦାଦନ ପରିବାରରେନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ୧୩୯୧୮ ଜଣ ଚଳିତ ସାଧାରଣ ନିର୍ବାଚନରେ ଭୋଟ ଦେଇ ନୂଆପଡା 22 5 2024(ଓମ୍…
ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର:(Abhishek Mohanty) ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇ ଜଣ ବ୍ୟକ୍ତିଙ୍କ…