କଳାକାର ଗୃହ ନିର୍ମାଣ ପାଇଁ ଏକ ଶହ ଆର ଜମି ପ୍ରଦାନ ପାଇଁ ଅତିରିକ୍ତ ବି ଡ଼ି ଓ ଙ୍କୁ ଦାବିପତ୍ର ପ୍ରଦାନ

କଳାକାର ଗୃହ ନିର୍ମାଣ ପାଇଁ ଏକ ଶହ ଆର ଜମି ପ୍ରଦାନ ପାଇଁ ଅତିରିକ୍ତ ବି ଡ଼ି ଓ ଙ୍କୁ ଦାବିପତ୍ର ପ୍ରଦାନ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳାକାର ମହାସଂଘ ସଭାପତି ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମହାସଂଘ ର ନିଷ୍ପତି କ୍ରମେ ଟିକାବାଲି ଅତିରିକ୍ତ ଗୋଷ୍ଠୀଉର୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ମଳିକ ମହୋଦୟଙ୍କୁ କଳାକାରଙ୍କ ପାଇଁ ଏକ ତାଲିମ ଗୃହ ନିର୍ମାଣ ଉଦେଶ୍ୟରେ ଟିକାବାଲି ଟିପାରିଗାଁ ମୌଜା ର ମୁଖ୍ୟ ରାସ୍ତା କଡରେ ଏକ ଶହ ଆର ଜମି ପ୍ରଦାନ କରିବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଉକ୍ତ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ବର୍ଷ ବର୍ଷ ଧରି ସରକାରଙ୍କ କଲ୍ୟାଣ ମୂଳକ ଯୋଜନା ର ସଫଳ ରୂପାୟନ ପାଇଁ ଗାଁ ଗାଁ ରେ ଲୋକନୃତ୍ୟ ମାଧ୍ୟମରେ ସଚେତନ ସୃଷ୍ଟି କରିବା ସହିତ ମ୍ୟାଲେରିଆ ନିରାକରଣ ପାଇଁ ଡି ଡି ଟି ଛିଞ୍ଚନ, ବୃକ୍ଷ ରୋପଣ,କାର୍ଯ୍ୟକ୍ରମ କରିଆସୁଅଛି l ଏହିପରି ପ୍ରେକ୍ଷୀରେ ଆମ୍ଭ ମାନଙ୍କ ବସା ଉଠା, ସଭା ସମିତି କିମ୍ବା ଜନ ସଚେତନତା ଲୋକନୃତ୍ୟ ପ୍ରାକ୍ଟିସ ପାଇଁ ଘର ଖଣ୍ଡିଏ ନ ଥିବା ହେତୁ ୟା ଘରେ ତା ‘ଘରେ ଏ ପିଣ୍ଡା ସେ ପିଣ୍ଡା ରେ ଅତି ଦୟନୀୟ ଅବସ୍ଥାରେ ପ୍ରାକ୍ଟିସ କରୁଅଛୁ l ଘର ଖଣ୍ଡିଏ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ବହୁବାର ଏକ ଶହ ଆର ଜମି ପ୍ରଦାନ ପାଇଁ ଗୁହାରି କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କର୍ଣ୍ଣ ପାତ ନ କରିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ l ସରକାରଙ୍କ ଯୋଜନାରେ ଅନେକ ପ୍ରକାର ଘର ନିର୍ମାଣ କରାଯାଉଅଛି , କିନ୍ତୁ ସାମୁହିକ ସ୍ୱାର୍ଥ ପାଇଁ ବିଭାଗୀୟ ଅଧିକାରୀ ଜମି ଖଣ୍ଡେ ପ୍ରଦାନ କରୁନାହାନ୍ତିl ଏଣୁ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ମହାସଙ୍ଘର କର୍ମକର୍ତା l ନଚେତ ମହାସଂଘ ତରଫରୁ ନିଜର ହକ ପାଇଁ ଏକ ବିରାଟ ଆନ୍ଦୋଳନ କରିବା ପାଇଁ ମହାସଂଘ ତରଫରୁ ସୂଚନା l

Leave a Reply

Your email address will not be published. Required fields are marked *