କାଶୀପୁର ଠାରେ ୭୦ ତମ ବନ୍ୟଜନ୍ତୁ ସଂଗ୍ରକ୍ଷଣ ସାପ୍ତାହିକ ଦିବସ ପାଳିତ ।ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ କାଶୀପୁର ବନାଞ୍ଚଳ ପକ୍ଷରୁ ୭୦ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ପଟୁଆର ରେ ପୋଷ୍ଟେର ବେନର ଓ ବିଭିନ୍ନ ନାରା ରେ କାଶୀପୁର ସହର ପରିକ୍ରମା କରଯାଇଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଓଏଭି ବିଦ୍ୟାଳୟ ରେ ବକ୍ତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ,ଓଏଭି ବିଦ୍ୟାଳୟ ର ଉପାଧକ୍ଷ ମନ ରଞ୍ଜନ ଧଳ ଓ ଜୟନ୍ତ ବୁଡ଼େକ ମଞ୍ଛାସିନ ରହିଥିବାବେଳେ ବତ୍ତୃତ୍ୱ ର ବିଷୟବସ୍ତୁ ଥିଲା ବନ୍ୟଜନ୍ତୁ ଙ୍କର ସାମ୍ପ୍ରତିକ ସ୍ଥିତି ପୁଣି ଭବିଷ୍ୟତ ରେ ଏମାନଙ୍କ ସୁରକ୍ଷା ଉପରେ ନେଇ କାଶୀପୁର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ବକ୍ତୃତ୍ୱ ପ୍ରତିଯୋଗିତା କରାଯାଇଥିଲା । ପୁଣି କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଓଏଭି ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରୁବଳରାମ କାଡ୍ରାକା ଫୋରେଷ୍ଟର ମାଣ୍ଡିବିଶି, ଦୀନବନ୍ଧୁ ଶବର ଫରେଷ୍ଟର କାଶୀପୁର, ସୁରେଶ ମିଶ୍ର ଫୋରେଷ୍ଟର ଶୁଙ୍ଗେର ଓ ଫୋରେଷ୍ଟ ଗାର୍ଡ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।’ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ 2025 ର 31 ତମ ବାର୍ଷିକ ଉତ୍ସବ ପାଳିତ
ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ 2025 ର 31 ତମ ବାର୍ଷିକ ଉତ୍ସବ ପାଳିତ.. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ପି…

ସ୍ତ୍ରୀର ବେକକାଟି ହତ୍ୟାକଲା ସ୍ୱାମୀ ।
କାଲିମେଳା: ସ୍ତ୍ରୀର ବେକକାଟି ହତ୍ୟାକଲା ସ୍ୱାମୀ । ଧାରୁଆ ଅସ୍ତ୍ରରେ ବେକ ଓ ମୁହଁକୁ ଵୀଭତ୍ସ ଭାବେ ହାଣି ହତ୍ୟା । କାଲିମେଳା ଥାନା ଏମଭି- ୬୬…

ପ୍ରସିଦ୍ଧ ଦୈବୀ ପୀଠ ମାଁ ତାରାତାରିଣୀ ମନ୍ଦିର ଚୋରି ଅଭିଯୋଗରେ ୬ ଜଣ ଗିରଫ।
ପ୍ରସିଦ୍ଧ ଦୈବୀ ପୀଠ ମାଁ ତାରାତାରିଣୀ ମନ୍ଦିର ଚୋରି ଅଭିଯୋଗରେ ୬ ଜଣ ଗିରଫ। ଗଞ୍ଜାମ:ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମାଁ ତାରାତାରିଣୀ ମନ୍ଦିରରୁ ଚୋରି…