“କାହ୍ନା ” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ।

“କାହ୍ନା ” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ।ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” କାହ୍ନା ” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠାନ ର ୫ ମ ବାର୍ଷିକ ଉତ୍ସବ ଅବସରରେ ଏକ ଗଣ ବିବାହ କାର୍ଯ୍ୟକ୍ରମ ସହର ର ଆଧ୍ୟାତ୍ମିକ ଅନୁଷ୍ଠାନ “ଗୀତା” ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର କୋଣ ଅନୁକୋଣରେ ଅବସ୍ଥିତ ଆର୍ଥିକ ଅନଗ୍ରସର ଶ୍ରେଣୀର ୧୬ ଗୋଟି ପରିବାରର ସହମତି କ୍ରମେ ୮ ଜୋଡି ପୁଅ ଓ ଝିଅମାନଙ୍କୁ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଯାହାକି ଗୋଟିଏ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ନିଆରା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ବିବାହ କାର୍ଯ୍ୟକ୍ରମ ରେ ବାଜାବାଜଣା ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ ଜରିଆରେ ନଗର ପରିକ୍ରମା ସହିତ ନବବିବାହିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ମଧ୍ୟରେ ଭୋଜିଭାତରେ ଅତିଥି ମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ଆଜିର ଏହି ଧାର୍ମିକ କାର୍ଯ୍ୟକ୍ରମ ରେ ସହର ର ବହୁ ବୁଦ୍ଧିଜୀବୀ, ଲୋକପ୍ରତିନିଧିଙ୍କ ସମେତ ବହୁ ଧର୍ମାବଲମ୍ବୀ ବ୍ୟକ୍ତି ବିଶେଷ ଯୋଗଦେଇ ନବବିବାହିତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନ ର ସଭାନେତ୍ରୀ ତଥା ସହରର ଜଣାଶୁଣା ସମାଜସେବୀ ଶ୍ରୀମତୀ ରଞ୍ଜନା ମିଶ୍ର ସମସ୍ତ ଶୁଭେଚ୍ଛୁ , ସହଯୋଗୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *