ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ। ତେବେ ତାଂକର କାଗଜ ପତ୍ର କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଂକର ପାତ୍ର ତାଂକୁ ୫ ହଜାର ଟଂକା ଲାଞ୍ଚ ମାଗୁଥିଲେ। ଶିକ୍ଷକ ଶ୍ରୀ ବାଙ୍କିଆ ଟଂକା ଦେଇପାରିବେ ନାହିଁ ବୋଲି ଗତ ୭ ମାସରୁ ତାଂକୁ ଅନୁରୋଧ କରିଆସୁଛନ୍ତି।କିନ୍ତୁ ଜାଣିଶୁଣି କିରାଣୀ ଶ୍ରୀ ପାତ୍ର ତାଂକ କାମ କରୁନଥିଲେ।ଟଂକା ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ।ଶ୍ରୀ ବାଙ୍କିଆ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଥିଲେ।
କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି।
