କିଷାନ ମଜ଼ଦୁର ମହାସଂଘ ଓଡିଶା ର କୃଷକ ନେତା ସଚିନ ମହାପାତ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଓଡିଶାର ସମସ୍ୟାକୁ ସମାଧାନ ପାଇଁ ଅବଗତ କଲେ…. ଭୁବନେଶ୍ୱର :- ଓଡ଼ିଶାର ବିଭିନ୍ନ କୃଷି ସମସ୍ୟା ନେଇ ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ଓଡ଼ିଶାର କୃଷକ ନେତା ଶ୍ରୀ ସଚିନ ମହାପାତ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କ ସହ ସାକ୍ଷାତକାର କରି ଓଡିଶା ର ବିଭିନ୍ନ ସମସ୍ୟା କୁ ଅବଗତ କଲେ l ଓଡ଼ିଶାର ମଣ୍ଡି ଆଇନ , ପୋଲାଭରାମ ପ୍ରକଳ୍ପ,କୃଷି କ୍ଷେତ୍ର ପାଇଁ ବିଜୁଳି ସମସ୍ୟା , ଜଳସେଚନ , ଜଳ ନିଷ୍କାସନ , ଆଖୁ ଚାଷୀ ଓ ଚିନିକଳ , କପା ଚାଷୀ ଙ୍କ ସମସ୍ୟା ଭଳି ଅନେକ ଗମ୍ଭୀର ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହାସହ ପଞ୍ଜାବ ହରିୟାଣା ସୀମାରେ ଚାଲିଥୁବ କୃଷକ ଆନ୍ଦୋଳିନ ର ସମସ୍ତ ଦାବି ଯଥାର୍ଥ ଏହାର ତୁରନ୍ତ ସମାଧାନ ସହ msp କୁ ଆଇନ ର ଜାମା ପିନ୍ଧେଇଲେ କୃଷକ ମାନଙ୍କ ସମସ୍ୟା ସମାଧାନ ହେଇପାରିବ ବୋଲି କୃଷି ମନ୍ତ୍ରୀ ଙ୍କ ଆଗରେ କଥା ରଖିଥିଲେ l ସର୍ବପରି ଓଡିଶାକୁ କୃଷି ବିଭାଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ କୃଷି କମିଟି ଉଭୟ ରାଜ୍ୟ ଓ କେନ୍ଦ୍ରରେ କରାଯାଇ ମାସକୁ ଥରେ ସରକରଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ଏଥିରେ ଅନେକ ସମସ୍ୟାର ସମାଧାନ ହେଇପାରିବ , ସମ୍ବାଦରେ ହିଁ ସମାଧାନ ହେଇପାରିବ ବୋଲି କହିଥିଲେ ମନ୍ତ୍ରୀ ମଧ୍ୟ ଏହି ସବୁ ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଓଡିଶା ସରକାରଙ୍କ ସହ ତୁରନ୍ତ ଆଲୋଚନା କରି କମିଟି ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଶା କରିଛି ଏହାଯଦି ହୁଏ ଓଡିଶା ର କୃଷକ ମାନେ ଲାଭବାନ ସହ ସରକାରଙ୍କୁ ସମସ୍ତ ସମସ୍ୟା ଅବଗତ କରେଇ ପାରିବେ କୃଷକ ନେତା ଙ୍କ ସୂଚନା ।
Related Posts
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ ଭୁବନେଶ୍ୱର: ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଳୁକୋଣ୍ଡା ନିକଟରେ ୧ ଟନ କଇଁଛ ଜବତ କଲା ବନ ବିଭାଗ…
ଅଗ୍ନି ବିପନ୍ନ ପରିବାର କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା।
ଅଗ୍ନି ବିପନ୍ନ ପରିବାର କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା। ଗଞ୍ଜାମ:ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଥିବା ଅଗ୍ନି ବିପନ୍ନ ପରିବାର ଲୋକଙ୍କ ସମସ୍ୟା…
ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।
ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ…