କୁନ୍ଦୁଲୀ ଗୁରୁକୁଳ ଆଶ୍ରମରେ ଲାୟନ୍ସ କ୍ଲବର ସେବା କାର୍ଯ୍ୟକ୍ରମ ସେମିଳିଗୁଡା ୧୭:୮:୨୦୨୪:ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମରେ ଅନ୍ତେବାସୀ ଛାତ୍ରୀମାନଙ୍କ ପାଇଁ ସେବାକାର୍ଯ୍ୟ କରାଯାଇଥିଲା। ଲାୟନ୍ସ କ୍ଲବ ସଦସ୍ଯମାନେ ଅନ୍ତେବାସୀଙ୍କୁ ଖାତାପତ୍ର,ଶିକ୍ଷା ଉପକରଣ,ସାବୁନ,ସର୍ଫ୍,ଖାଦ୍ଯ ପଦାର୍ଥ ବଣ୍ଟନ କରିଥିଲେ।ବିଶ୍ବ ଶାନ୍ତିପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହାପରେ ସମସ୍ତ ଆଶ୍ରମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା।ଶେଷରେ ସମସ୍ତଙ୍କ ପାଇଁ ଭୋଜନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।ଲାୟନ୍ସ କ୍ଲବର ପ୍ରେମାନନ୍ଦ ପୁଷ୍ଟି,ବନଜା ପୁଷ୍ଟି, ଶ୍ରୀମତୀ ଓ ଶ୍ରୀ ଆନନ୍ଦ ପାଟୱାନିଆ ,ନୀଳମାଧବ ପାତ୍ର ଦମ୍ପତ୍ତି,ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ସ୍ନିଗ୍ଧାରାଣୀ ମିଶ୍ର, ଶ୍ୟାମସୁନ୍ଦର ପାଣିଗ୍ରାହୀ ଦମ୍ପତ୍ତି,ଟୁନା ପାତ୍ର ଦମ୍ପତ୍ତି,ସନତସାହୁ ଦମ୍ପତ୍ତି,ମନୋରଞ୍ଜନ ବେହେରା,ସୁକାନ୍ତ ସାମଲ,ମନୋଜ ପାତ୍ର, ସୀମାଞ୍ଚଳ ପାଢୀ,ଦୁର୍ଗା ପାତ୍ର ଦମ୍ପତ୍ତି ପ୍ରମୁଖ ଯୋଗ ଦେଇଥିଲେ।ଆଶ୍ରମର ଆଚାର୍ଯ୍ଯ ମନୁଦେବ ସମସ୍ତ କାର୍ଯ୍ଯ ପରିଚାଳନା କରିଥିଲେ।
Related Posts
ସହାୟତାରେ ସେଞ୍ଚୁରିଅନ ୟୁନଭରସିଟି ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଧନ-ଜୀବନ ସୁରକ୍ଷିତ ଓ କ୍ଷତି ହ୍ରାସ କରିବା ଉପରେ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ..
ସହାୟତାରେ ସେଞ୍ଚୁରିଅନ ୟୁନଭରସିଟି ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଧନ-ଜୀବନ ସୁରକ୍ଷିତ ଓ କ୍ଷତି ହ୍ରାସ କରିବା ଉପରେ ସଚେତନତା କର୍ମଶାଳା…
ଗୌତମ ବୁଦ୍ଧଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ
ବୁଦ୍ଧ ପୁର୍ଣିମାରେ ଉନ୍ମୋଚିତ ହେଲା ଗୌତମ ବୁଦ୍ଧ କୋରାପୁଟ ଜିଲ୍ଲା(କୋରାପୁଟ ରୁ ଭେଙ୍କାଟେସ ରାଓ) ସୁନାବେଡା ପୌର ପରିଷଦ ଅନ୍ତୋର୍ଗତ 20 ନମ୍ବର ୱାର୍ଡ ନନ୍ଦପୁର ରାସ୍ତା…
କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ..
କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ… .କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ…