କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ପାଳନ । ଆର,ଉଦୟଗିରି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ , ଜେ. ଆର୍. ସି. ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ବାବଧାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଜନ ସଚେତନତା ପାଇଁ ପଟୁଆରରେ ବାହାରି ନଗର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଣୁ ଛାତ୍ର ଛାତ୍ରୀ ମାନେ ”ସଡ଼କ ସୁରକ୍ଷା ଜୀବନ ରକ୍ଷା” ହେଲମେଟ ପିନ୍ଧ ଗାଡ଼ି ଚଳାଅ” ଆଦି ସ୍ଲୋଗାନ ଦେଇ ଏବଂ ସଙ୍ଗୀତ ଗାଇ ଗାଇ ପରିକ୍ରମା କରିଥିଲେ । ହେଲମେଟ ପିନ୍ଧିବା ଦ୍ବାରା ଜୀବନ ସୁରକ୍ଷିତ ହୋଇପାରିବ ଏବଂ ଟ୍ରାଫିକ ନିୟମ ପାଳନ କରିବାକୁ ମଧ୍ୟ ଅବଗତ କରାଯାଇଛି।
Related Posts

ଟୁଙ୍ଗୁରୁ ଗ୍ରାମରେ ସ୍ବାମୀ ସ୍ତ୍ରୀ ହତ୍ୟା ଅଭିଯୋଗ
ଟୁଙ୍ଗୁରୁ ଗ୍ରାମରେ ସ୍ବାମୀ ସ୍ତ୍ରୀ ହତ୍ୟା ଅଭିଯୋଗ ଆର,ଉଦୟଗଗରି(ମନୋଜ କମାର ପାଢୀ/ ୭/୮/ – ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଡବଲ ମର୍ଡର…

କିଟ୍ରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ
କିଟ୍ରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା କିଟ୍ ବିଶ୍ୱବିଦ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗରେ ଆଉ ୫ ଜଣଙ୍କୁ ବାନ୍ଧିଲା ଇନ୍ଫୋସିଟି…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରହିଛି।ଅକ୍ଟୋବର ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଥିବା ଓଡ଼ିଶା ଗସ୍ତ ସ୍ଥଗିତ…