କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ ଗଜପତି:୨୬/୧୦(ମନୋଜ ପାଢୀ)ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେବା ପରେ କଡାକଡି ଯାଞ୍ଚ କରିଛି କାଶୀନଗର ପୁଲିସ। ଉକ୍ତ ଗ୍ରାମରେ କିଛି ବ୍ୟକ୍ତି ବେଆଇନ ବାଣ ଆଣି ଗ୍ରାମର କିଛି ଗୋଦାମରେ ରଖିଥିବା ନେଇ ସୂଚନା ରହିଥିବା ବେଳେ ମଙ୍ଗଳବାର କାଶୀନଗର ପୁଲିସ ଯାଞ୍ଚ କରି ବହୁ ମୂଲ୍ୟର ବାଣ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି ଷ୍ଟେସନ ଜୀମାରେ ଛଡାଯାଇଥିବା ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ପୁଣି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମରେ ୧୦ରୁ ଉର୍ଦ୍ଧ ଲୋକେ ବେଆଇନ ବାଣ ଆଣି ବିଭିନ୍ନ ଗୋଦାମରେ ରଖିଥିବା ଜଣାଇଛନ୍ତି। ହେଲେ ଗ୍ରାମରେ ଉକ୍ତ ବାଣ ଦ୍ଵାରା କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବେ ବୋଲି ପ୍ରଶ୍ନ ଉଠିଛି। ବେଆଇନ ବାଣ ବିକ୍ରୀକାରିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହୋଇଛି। ଅନ୍ୟ ଯାଗାରେ ମଧ୍ୟ ଚଢ଼ାଉ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି ।
Related Posts
ଓଡ଼ିଶାରେ କାଉଣ୍ଟିଙ୍ଗ୍ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍
ଓଡ଼ିଶାରେ କାଉଣ୍ଟିଙ୍ଗ୍ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍ ଭୁବନେଶ୍ବର:( ଅଭିଷେକ ମହାନ୍ତି)ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା…
ଜାତୀୟ ସେବା ଯୋଜନା ତରଫରୁ ସ୍ଵଚ୍ଛ ଭାରତ ଓ ହର୍ ଘର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ….
ଜାତୀୟ ସେବା ଯୋଜନା ତରଫରୁ ସ୍ଵଚ୍ଛ ଭାରତ ଓ ହର୍ ଘର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ…. ହିଞ୍ଜିଳିକାଟୁ :- (କୁନା ଦିଗାଲଙ୍କ ରିପୋର୍ଟ )ଗଞ୍ଜାମ ଜିଲ୍ଲା ହିଞ୍ଜିଳି…
ବେସାହାରା ହୋଇ ସାହାରା ଖୋଜୁଛି ଅନ୍ୟ ରାଇଜର ଯୁବତୀ
ବେସାହାରା ହୋଇ ସାହାରା ଖୋଜୁଛି ଅନ୍ୟ ରାଇଜର ଯୁବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ/ 20/06/2024ଆଙ୍କର – ଅନ୍ୟରାଜ୍ୟର ଯୁବତୀ ଜଣକ, ଯିଏ କି ଆଠ ଦିନ ଧରି…