କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ ଜିଲ୍ଲାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୯୦ ରୁ ୯୫ ପର୍ଯ୍ୟନ୍ତ କୋଟପାଡର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ । ଅଞ୍ଚଳର ବିକାଶ ପାଇଁ ତାଙ୍କ ଯୋଗଦାନ ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ । ତାଙ୍କ ବିୟୋଗରେ କୋରାପୁଟ ଜିଲ୍ଲା ରାଜନୀତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ମହାପ୍ରଭୁଙ୍କ ନିକଟରେ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।