ପାହାଡ ରେ ଫୁଟିବ କି ପଦ୍ମନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ସେତିକି ତତ୍ପର ହେଇ ଯାଇଛନ୍ତି। କଂଗ୍ରେସ ବିଜେପି ଓ ଶାସକ ଦଳ ଏକ ପ୍ରକାର ରଣ ମଇଦାନ ରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ଅଛନ୍ତି। କୋରାପୁଟ ର ଜଳବାୟୁ ର ପରିବର୍ତନ ସହିତ ରାଜନୀତି ପାଣିପାଗ ଗୋଟିଏ ଖୋରାକ ଯୋଗାଇଛି ଆଗାମୀ ଦିନରେ ନିର୍ବାଚନ ର ମହାପର୍ବ କୁ ନେଇ। ସମସ୍ତେ ନିଜ ନିଜ ଅଣ୍ଟା ଭିଢ଼ି ସାରିଲେଣି ବିଜୟ ର ଧ୍ଵଜା ଉଡ଼ାଇବା ପାଇଁ। କୋରାପୁଟ ଯେହେତୁ ଖଣିଜ ପରିପୂର୍ଣ୍ଣ ଜିଲ୍ଲା ତଥା ଆଗକୁ ପର୍ଯ୍ୟଟନ ର ଗୋଟିଏ ବିକାଶ କେନ୍ଦ୍ର ହେବାକୁ ଯାଉଛି ତୋ ଏହି ନିର୍ବାଚନ ମଣ୍ଡଳୀକୁ କେହି ହାତଛଡ଼ା କରିବାକୁ ଇଛା କରିବେ ନାହିଁ। ଏଥର ତ୍ରୀମୁଖୀ ଲଢେଇ ହେବାର ସମ୍ଭାବନା ଅଧିକ ଅଛି। କୋରାପୁଟ ବିଧାନସଭା ମଣ୍ଡଳୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ଆଉ ଏହା କଂଗ୍ରେସ ଓ ବିଜେଡି ପାଇଁ ଗୋଟିଏ ଗଡ ଭାବରେ ରହିଛି। ଆଉ କୋରାପୁଟ ରେ ବିଜୟ ବ୍ୟବଧାନ ବହୁତ୍ କମ୍ ରହି ଆସି ଥାଏ।
ଗତ ଥର ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ରଘୁରାମ ପଡ଼ାଲ୍ ପ୍ରାୟ୭୦୦୦ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗେସ ର ଶ୍ରୀ କୃଷ୍ଣ କୁଲଦୀପ ଥିଲେ। ଆଉ ବିଜେପି ର ତ୍ରିପୁରାରି ଗରଡ଼ା ତୃତୀୟ ସ୍ଥାନ ରେ ରହିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଥମ ଦୁଇ ଦଳ ନିଜର ସମାନ ପ୍ରାର୍ଥୀ କୁ ମଇଦାନ କୁ ଛାଡିଛନ୍ତି। କିନ୍ତୁ ବିଜେପି ଏଥର ରଘୁ ରାମ ମାଛଙ୍କୁ ପ୍ରାର୍ଥି କରିଛି। । ଶ୍ରୀ ମାଛ ୨୦୧୪ ରେ ବିଜେଡ଼ି ପକ୍ଷରୁ ବିଧ୍ୟାୟକ୍ ପଦ୍ ପାଇଁ ଲଢି କଂଗେସ ପ୍ରାଥି ଶ୍ରୀ କୃଷ୍ଣ ସଗରିଆ ଠାରୁ ପରାସ୍ତ ହୋଇଥିଲେ। ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଟି ଟିକେଟ ରେ ଲଢେଇ କରୁଛନ୍ତି। ଆଉ ତିନି ଦଳ ର କର୍ମୀ ମାନେ ରାଜନୀତି ମଇଦାନ ରେ ପ୍ରସ୍ତୁତ ହୋଇ ରହିଛନ୍ତି। କଂଗେସ ବୁଥ ସ୍ତରରେ ସଂଗଠନ କୁ ସୁଦୃଢ କରିବାରେ ଲାଗିଲାଣି। କୃଷ୍ଣ କୁଲଦୀପ ଜଣେ ଉଦ୍ୟୋଗୀ ତଥା ବିନମ୍ର ବ୍ୟକ୍ତି ଭାବରେ ଜଣାଶୁଣା। ଗତ ୫ବର୍ଷ ଭିତରେ ହାରିବା ସ୍ଵତେ ପ୍ରତିଟି କାର୍ଯ୍ୟକ୍ରମ ରେ ସେ ନିଜକୁ ଜଡ଼ିତ ରଖିଛନ୍ତି। ଗତ ନିର୍ବାଚନ ରେ ପରାଜୟ ସ୍ୱତେ ପାର୍ଟି ତାଙ୍କୁ ଭରସା କରୁଛି। ଆଉ ସେ ତାଙ୍କର କର୍ମୀ ମାନଙ୍କ ନେଇ ବିଜୟ ର ଧ୍ଵଜା ଉଡ଼ାଇବା ପାଇଁ ପ୍ରସ୍ତୁତ ଅଛନ୍ତି।