କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ କ୍ଵାଲିଟି ମନିଟରିଂ ଷ୍ଟେସନର ଯାଞ୍ଚ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଲ୍ୟାବରେ ଏହି ପରୀକ୍ଷା ହୋଇଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ଜିଲ୍ଲା ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ଵାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଲାବ ନଦୀଜଳଭଣ୍ଡାରର ଇନଟେକ୍ ୱେଲରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଉଥିବା ପାଣିର ଅବସ୍ଥା ବି ଭଲ ନାହିଁ। ସଠିକ ଭାବେ ବିଶୋଧନ କରାନଯାଇ ଜଳଯୋଗାଣ କରାଯାଉଛି। ଏହି ସ୍ଥିତିରେ କେଉଁ ପାଣି ସହରବାସୀ ପିଇବେ ଚିନ୍ତାରେ ପଢ଼ିଛନ୍ତି।
Related Posts
ଠକେଇ ମାମଲାରେ ରା.ଉଦୟଗିରି ଥାନାରେ ୮ ମାମଲା ରୁଜୁ ହେଲା
ଠକେଇ ମାମଲାରେ ରା.ଉଦୟଗିରି ଥାନାରେ ୮ ମାମଲା ରୁଜୁ ହେଲା ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୧୬/୭):ଗଜପତି ଜିଲ୍ଲାରେ ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ…
ଟିକାବାଲି କଲେଜ ଛାତ୍ର ଛାତ୍ରୀଙ୍କ ଦୁର୍ନୀତି ହଟାଅ ସଚେତନତା ଅଭିଯାନ
ଟିକାବାଲି କଲେଜ ଛାତ୍ର ଛାତ୍ରୀଙ୍କ ଦୁର୍ନୀତି ହଟାଅ ସଚେତନତା ଅଭିଯାନ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ…
ପଦ୍ମ ଶ୍ରୀ କମଲା ପୂଜାରୀଙ୍କ ପରଲୋକ
ପଦ୍ମ ଶ୍ରୀ କମଲା ପୂଜାରୀଙ୍କ ପରଲୋକ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଶ୍ରୀମତୀ ପୂଜାରୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ ସମଗ୍ର ଦେଶରେ…