କୋଲେଷ୍ଟେରଲ୍ ବୃଦ୍ଧି ସଚେତନl ଓ ସ୍ଵାସ୍ଥ୍ୟ ଶିବିର ।

କୋଲେଷ୍ଟେରଲ୍ ବୃଦ୍ଧି ସଚେତନl ଓ ସ୍ଵାସ୍ଥ୍ୟ ଶିବିର ।

ବ୍ରହ୍ମପୁର ସହର ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମେଦ ରୋଗ ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଚର୍ବି ବୃଦ୍ଧି ଦ୍ଵାରା ରକ୍ତଚାପ, ହୃଦୟ ରୋଗ, ମଧୁମେହ, ଯକୃତ ବିକାର ଓ ଧମନୀ କଠୋରତା ଆଦି ରୋଗ ହୁଏ l ଚିନ୍ତା, ଆଳସ୍ୟ,ବନସ୍ପତି ଘୃତ,ତୈଳ, କ୍ଷୀର ଜାତୀୟ ଖାଦ୍ୟ, ମାଂସ ଅଧିକ ଖାଇଲେ ଚର୍ବି ବୃଦ୍ଧି ହେବା ସହ ରକ୍ତରେ କୋଲେଷ୍ଟେରଲ୍ ବଢିଯାଏ l ଉପରୋକ୍ତ ଆହାର ଛାଡି କପାଳଭାତି, ଧନୁ, ଚକ୍ର ଆସନ, ପଶ୍ଚିମୋତ୍ତାସନ, ପବନମୁକ୍ତlସନ,ସର୍ବାଙ୍ଗlସନ କଲେ ମେଦ ରୋଗ ଭଲ ହୋଇଯାଏ l ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଡି. ଶ୍ରୀନିବାସ ରାଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *