କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ବିରୋଧୀ ଦଳ ନେତା ନବୀନ ପଟନାୟକ।ଅଦିନିଆ ବର୍ଷା ର ଦାଉରେ ଗଞ୍ଜାମ ଜିଲ୍ଲାର ବହୁ ଚାଷୀ କ୍ଷୟକ୍ଷତି ଆକଳନ କହିଲେ ସରେନି। ଅନ୍ୟପକ୍ଷରେ ଏହି କ୍ଷୟକ୍ଷତି ସମ୍ଭାଳି ନପାରି ଛତ୍ରପୁର ବ୍ଳକର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବିଜେଡ଼ି ଦଳ କ୍ଷୟକ୍ଷତି ଅଞ୍ଚଳରେ ଅନୁଧ୍ୟାନ କଲାପରେ ନବୀନ ପଟନାୟକଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟନାୟକ ହିଞ୍ଜିଳି, ଆସ୍କା, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କ୍ଷୟକ୍ଷତି ଅଞ୍ଚଳରେ ଚାଷୀମାନଙ୍କ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ତୁରନ୍ତ ଚାଷୀମାନଙ୍କ ର କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କର ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ। ଆଜି ନବୀନ ବାବୁଙ୍କ ଗସ୍ତ ସମୟରେ ସମସ୍ତ ଅଞ୍ଚଳରେ ଜନସମୁଦ୍ର ସୃଷ୍ଟି ହୋଇଯାଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା’ ଭୁବନେଶ୍ଵର :ଉତ୍ତର ଓଡ଼ିଶାରେ ସକ୍ରିୟ ଥିବାରୁ ପ୍ରଭାବରେ ବର୍ଷା ସମ୍ଭାବନାଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ.ଆଗାମୀ…
ପଲସାପଡ଼ା ନିବାସୀ ଆଦ୍ଵେତ ପାଣିଗ୍ରାହୀ ନିଟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ, ଅଞ୍ଚଳ ପାଇଁ ଗୌରବ ଅର୍ଜନ
*ପଲସାପଡ଼ା ନିବାସୀ ଆଦ୍ଵେତ ପାଣିଗ୍ରାହୀ ନିଟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ, ଅଞ୍ଚଳ ପାଇଁ ଗୌରବ ଅର୍ଜନ* ନୂଆପଡା :୦୬.୦୬. (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା ପଲସାପଡ଼ା…
ବହଲପାଲି ବିଜୟ କ୍ଲବ ଓ ବରଗଡ ନିଷ୍ଠା ପରିବାର ମିଳିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବହଲପାଲି ବିଜୟ କ୍ଲବ ଓ ବରଗଡ ନିଷ୍ଠା ପରିବାର ମିଳିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ୨୪,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ…