*ଖଡିଆଳ ର ଇମାନୁଏଲ ଦାନୀ, ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ*
ନୂଆପଡା ତା:୨୫.୦୫.(ଓମ୍ ପ୍ରକାଶ ଚୌଧର୍) ନୂଆପଡ଼ା ଜିଲ୍ଲା ଖଡିଆଳ ର ଇମାନୁଏଲ ଦାନୀ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇଛନ୍ତି। ପିତା ସ୍ବର୍ଗତ ଇସାହାକ ଦାନୀ ଓ ମାତା ସ୍ବର୍ଗତ ଚଞ୍ଚଳା ଦାନୀ। ସେ ଧୀର, ଶାନ୍ତ ଓ ନମ୍ର ଭାବରେ ବେଶ ପରିଚିତ। ତାଙ୍କର ବଡଭାଇ .ଶାମୁଏଲ ଦାନୀ ବୋଡେ଼ନ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ଏହାପୂର୍ବରୁ ସେ ବଲାଙ୍ଗୀର ଚର୍ଚ୍ଚ ର ପାଷ୍ଟର ଭାବରେ ଇମାନୁଏଲ କାର୍ଯ୍ୟରତ ଥିଲେ, ନୂଆପଡା ଜିଲ୍ଲାର ଖରିଆର ରୋଡ ଚର୍ଚ୍ଚରେ ମଧ୍ୟ ପାଷ୍ଟର ଭାବରେ ଦାୟୀତ୍ଵ ତୁଳାଇଥିଲେ। ଓଡିଶା ର ତିନି ଗୋଟି ବିଷପ ପଦବୀ ମଧ୍ୟ ରୁ ଗତକାଲି ସମ୍ବଲପୁର ଧର୍ମାଚଂଲ ବିଷପ ନିର୍ବାଚନ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ଭବନ ଠାରେ ଆୟୋଜନ କରାଯାଇଥିଲା। ପାଞ୍ଚ ଜଣ ପ୍ରତିଦ୍ବନ୍ଦିଙ୍କୁ ପଛରେ ପକାଇ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ଅଧିନସ୍ଥ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ଧର୍ମାଞ୍ଚଳର ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗୀର ଠାରେ ରହିଅଛି ,ନବ ନିର୍ବାଚିତ ବିଷପ ଶ୍ରୀ ଦାନୀ ବଲାଙ୍ଗୀର ଠାରେ ରହି ବିଷପ ଦାୟିତ୍ୱ ପ୍ରଦାନ କରିଛନ୍ତି। ଖବର ପାଇବା ପରେ ସମ୍ପ୍ରଦାୟର ଖୁସି ଖବର ନେଇ ଉତ୍ସାହିତ ସହ ଶୁଭେଚ୍ଛା ବାର୍ତ୍ତ ଦେଉଛନ୍ତି।
![](https://theinformationmedia.in/wp-content/uploads/2024/05/1000512092-918x1024.jpg)