ଗଜପତିରୁ ଆନ୍ଧ୍ରକୁ ୨୧୦ କେଜି ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ ଗଜପତି- (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ରାୟଗଡ଼ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାରାୟଣପୁର ଗ୍ରାମ ନିକଟରେ ଏକ ଅଟୋ ସହ ଗଞ୍ଜେଇ ଜବତ କରାଯାଇଛି. ଏଥିରେ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଣ୍ଡାହାତୀ ଗ୍ରାମର ଅଟୋ ଡ୍ରାଇଭର ଧୀରେନ୍ ଜେନା I ଏସମ୍ପର୍କରେ ମାମଲା ରୁଜୁ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରୀନା ରାଣୀ ସାହୁ କହିଛନ୍ତି I ସୂଚନା ଯୋଗ୍ୟ ଯେ, ରାମଗିରି ଠାରୁ ଲାଞ୍ଜିପଦର ଦେଇ ଆନ୍ଧ୍ର ପ୍ରଦେଶର ପଲାସାକୁ ଗଞ୍ଜେଇ ନେଇ ଏକ ଅଟୋ ଯାଉଥିବା ବେଳେ ରାୟଗଡ଼ ପୁଲିସ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନାରାୟଣପୁର ଗ୍ରାମ ନିକଟରେ ଧରିଥ୍ଲା I ସେଥ୍ରୁ ୨୧୦ କେଜି ଗଞ୍ଜେଇ ସହ ଏକ ଅଟୋକୁ ଜବତ କରିଛି ପୁଲିସ ।
Related Posts

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ୟୁନିଟ…

ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ ଭୁବନେଶ୍ୱର: ମେ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ…

ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ…