ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ହମିରପୁର ଜିଲା ମଉଦାହା ଥାନା ହୁସେରଗଞ୍ଜର ଶାନି କୁମାର ବୋଲି ଜଣାପଡିଛି। ସୂଚନା ଅନୁସାରେ, ନୂଆପଡ଼ା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ବିଶ୍ଵସ୍ତସୂତ୍ରରୁ ଖବର ପାଇ ରେଲୱେ ଫାଟକ ପାଖରେ ଚଢ଼ଉ କରି ଶାନି କୁମାରକୁ ଗିରଫ କରିଥିଲେ । ତା’ ନିକଟରୁ ବିଭାଗ ପକ୍ଷରୁ ୧୦ କିଲୋଗ୍ରାମ ଚୋରା ଚାଲାଣ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଅବକାରୀ ସବ୍ ଇନ୍ସପେକ୍ଟର ଅଲେଖ ପୁଟେଲ, ଅବକାରୀ ସହ ସବଇନ୍ସପେକ୍ଟର ଗୁପ୍ତେଶ୍ବର ପଟେଲ, କନେଷ୍ଟବଳ କ୍ଷେତ୍ରମଣି ବାଗ, ଗିରେନ କଟା, ଭଗବାନ ହଂସ, ପ୍ରମିଳା କୈବର୍ତ,ଅଶୁତୋଶ ନାଏକ ପ୍ରମୁଖ ସାମିଲ ଥିଲେ ।
Related Posts
ଗିଦମାଲ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗିଦମାଲ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବରଗଡ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଗିଦମାଲ ଗ୍ରାମର ସାଗରିକ ସାହୁ ବଞ୍ଚିବା ପାଇଁ…
ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ କଳାକାର ସମ୍ମିଳନୀ,
ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ କଳାକାର ସମ୍ମିଳନୀ, ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧୀରାଜ ପାଣିଗ୍ରାହୀଙ୍କ ଉଦବୋଧନ ନୂଆପଡା (ଓମ ପ୍ରକାଶ ଚୌଧୁରୀ ):୦୫.୦୫. ନୂଆପଡ଼ା ଜିଲ୍ଲା…
ଆଶିଷ ବରଗଡ: ବୃକ୍ଷ ବନ୍ଧନ ଭଲି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଆଶିଷ ଜ୍ୟୋତିଷ. ଆଶିଷ
. ଆଶିଷ ବରଗଡ: ବୃକ୍ଷ ବନ୍ଧନ ଭଲି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଆଶିଷ ଜ୍ୟୋତିଷ. ଆଶିଷ ବରଗଡ: ପଦ୍ମପୁର- ରାକ୍ଷୀ କୁ ଶକ୍ତି, ବିଶ୍ୱାସ…