ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ ଧାନ ଜମିରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି। ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରି ନଥିଲେ।
ଗତ ୧୦ ଦିନ ହେଲା ଝରିଗାଁ ବ୍ଳକରେ ବର୍ଷ ଉଭାନ ହୋଇ ଯାଇଛି।ଫଳରେ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ ହୋଇ ଗଲାଣି।
