ଗିରିରାଜ ମିଶନ ଶକ୍ତି ୱମନେ ମେଜ ପ୍ରଡ୍ୟୁସର କମ୍ପାନୀ ତରଫରୁ ପ୍ରଥମ ବାର୍ଷିକ ସଭା ର ଆୟୋଜନ
ଆର,ଉଦୟଗିରି(ମନୋଜ କୁମାର ପାଢୀ) ତ। 06.11.2024 ରିଖ ଦିନ ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ଏବଂ ଆକସେସ୍ ଦ୍ୱାରା ମୁଖ୍ୟମନ୍ତ୍ରୀ ମକା ମିଶନ୍ ମାଧ୍ୟମ ରେ ପରିଚାଳିତ ଗିରିରାଜ ମିଶନ ଶକ୍ତି ବୋମେନ୍ସ ମେଜ ପ୍ରଡୁସର କମ୍ପାନୀ ତାର ପ୍ରଥମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ କରାଯାଇଛି. ଏହି ସଭାରେ ମୋଟ 600 ଜଣ ମହିଳା ସଦସ୍ୟା ଯୋଗ ଦେଇଥିଲେ। ଆର, ଉଦୟଗିରି ବିଡିଓ ଶ୍ରୀ ଲାରିମନ ଖରସେଲ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି କମ୍ପାନୀ ର କାର୍ଯ୍ୟକାରିତା ବିଷୟରେ ବୁଝାଇବା ସହ କମ୍ପାନୀ ର ନିର୍ଦେଶିକା ମଣ୍ଡଳୀ କୁ ଶପଥ ପାଠ କରାଇଥିଲେ, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରି ଶ୍ରୀଯୁକ୍ତ A. ରାମ ପ୍ରସାଦ ପାତ୍ର ମକା ଚାଷ ଉପରେ ବକ୍ତ୍ୟବ ରଖିଥିଲେ, DDH ମଧ୍ୟ ଉପସ୍ଥିତ ମହିଳା ଚାଷୀ ମାନଙ୍କୁ କୃଷି କାର୍ଯ୍ୟକ୍ରମ ର ଉପକାରିତା ବିଷୟରେ ଭାଷଣ ରଖିଥିଲେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଟିମନ ବାରା ମିଶନ ଶକ୍ତି ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମ ତଥା ଉତ୍ପାଦିକା ସଙ୍ଗଠନ ବିଷୟରେ ବୁଝାଇଥିଲେ ଏବଂ ବ୍ଲକ କୃଷି ଅଧିକାରୀ ଶ୍ରୀ ଭାବେନ୍ଦ୍ର ମୁର୍ମୁ, ରାଜ୍ୟ ସଂଯୋଜକ ମୁଖ୍ୟମନ୍ତ୍ରୀ ମକା ମିଶନ ରେଡିସ କୁମାର, କେଦାର ଚନ୍ଦ୍ର ପ୍ରଧାନ ରାଜ୍ୟ ବାଣିଜ୍ୟ ଅଧିକାରୀ , ବିଶ୍ଵରଞ୍ଜନ ପରିଡା ଆଞ୍ଚଳିକ ସଂଯୋଜକ ମୁଖ୍ୟମନ୍ତ୍ରୀ ମକା ମିଶନ,ସଂଜୀବ ଭୋଲ ଜିଲ୍ଲା ମାନଜେର access,ମକା ମିଶନ ବିଷୟରେ ଉପସ୍ଥିତ ବୁଝାଇଥିଲେ ତତ ସହ ବ୍ଲକ ସ୍ତରୀୟ ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ଦ୍ୱାରା ଉପସ୍ଥିତ ମହିଳା ଚାଷୀ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ, କାଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ସୂର୍ଯ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କାର୍ଯ୍ୟକ୍ରମ ରେ ସୁଦର୍ଶନ ବରାଡ଼ ଏବଂ access ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ କମ୍ପାନି ର BoD ମାନେ ନିଜ ନିଜର ଦାଇତ୍ୱ ଏବଂ କର୍ତଵ୍ୟ ବିଷୟରେ ବୁଝାଇବା ସହ ବାର୍ଷିକ ବିବରଣୀ ପଠନ ଏବଂ ଆଗାମୀ ବର୍ଷ ର ବ୍ୟବସାୟ ଓ ବଜେଟ ବିଷୟରେ ଉପସ୍ଥାପନା କରିଥିଲେ ତଥା କମ୍ପାନୀ ଆଜି ସୁଦ୍ଧା 325 ଜଣ ଅଂଶ ଧାରୀ ମାନଙ୍କୁ କମ୍ପାନୀ ରେ ଯୋଡ଼ି ବାରେ ସଫଳ ହେବା ସହ ଆଗାମୀ ବର୍ଷ ସୁଦ୍ଧା କମ୍ପାନୀ 1097 ଅଂଶ ଧାରୀ ଯୋଡିବାପାଇଁ ଲକ୍ଷ୍ୟ ରଖିଛି। ମକା ଉତ୍ପାଦନ ଓ ସଂଗ୍ରହ କରି ବାହାର ବଜାର ରେ ଉତ୍ତମ ଦରରେ ବିକ୍ରି କରି ଚାଷୀ ମାନଙ୍କୁ ଲାଭାନ୍ୱିତ କରିବେ ସେହି ବିଷୟରେ ନିଷ୍ପତ୍ତି ନେଇଛନ୍ତି।କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅଧିକାରୀଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା.ସଂଜୀବ ଭଲ ଉପସ୍ଥିତ ଅଂଶଗ୍ରହଣ କାରୀ ମାନଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲେ