ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ବର୍ଷାଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ କୃତି୍ରମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡ. ମହାପାତ୍ର ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା ସମୟରେ ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ସହରାଞ୍ଚଳ ବିକାଶ ଉପରେ ପ୍ରାଥମିକତା ଦେବାକୁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ସହରାଞ୍ଚଳ ବିକାଶ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କି୍ରୟାଶୀଳ କରିବାକୁ ହେବ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ ଗଢ଼ିତୋଳିବା ସହିତ ସମଗ୍ର ରାଜ୍ୟର ସହରାଞ୍ଚଳଗୁଡ଼ିକର ଭିତ୍ତିଭୂମି ଓ ପାଶ୍ୱର୍ାଞ୍ଚଳ ଉନ୍ନତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଯଥା ବ୍ୟୟ ନକରି ଯଥାର୍ଥ ଭାବରେ ଅର୍ଥବ୍ୟୟ କରାଯିବ । ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ହେବ । ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍ ‘ସହରାଞ୍ଚଳ ବିକାଶରେ ସଫଳ ଯାତ୍ରା’ ସଂପର୍କରେ ଉପସ୍ଥାପନା କରି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତାର ବିବରଣୀ ଦେଇଥିଲେ । ବର୍ଜ୍ୟ ଆବର୍ଜନା ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଜାତୀୟ ସ୍ୱୀକୃତି ଲାଭ, ସ୍ୱଚ୍ଛ ସର୍ବେକ୍ଷଣ ସୂଚକାଙ୍କରେ ଓଡ଼ିଶାର ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ, ମେଟ୍ରୋ ରେଳପ୍ରକଳ୍ପର ଅଗ୍ରଗତି ଇତ୍ୟାଦି ସଂପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଡି୍ରଙ୍କ ଫ୍ରମ ଟ୍ୟାପ୍ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ସେହିପରି ୧୧୫ଟି ସହରାଞ୍ଚଳରେ ୧୭୯ଟି ଆହାର କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବାବେଳେ ମୁକ୍ତା ପ୍ରଭୃତି ଯୋଜନାରେ ମଧ୍ୟ ଅଭିନବତ୍ୱ ପାଇଁ ଓଡ଼ିଶାକୁ ବିଶ୍ୱସ୍ତରୀୟ ଆଦୃତି ମିଳିଛି ବୋଲି ସେ ପ୍ରକାଶ କରିଥିଲେ । ବର୍ଷାଋତୁରେ ଭୁବନେଶ୍ୱର ପରି ସହରରେ ପାଣି ଜମିବା, ଜଳ ନିଷ୍କାସନରେ ଅବ୍ୟବସ୍ଥା ପରି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଦୂର କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସଂପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ରାଜ୍ୟର ସମସ୍ତ ପୌର ଅଧିକାରୀମାନଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ସଂପ୍ରତି ସମ୍ବଲପୁରରେ କାମଳ ରୋଗ ଦେଖାଦେଇଥିବା ପରିପ୍ରେକ୍ଷୀରେ ସେଠିକାର ପାନୀୟ ଜଳର ଗୁଣବତ୍ତା ଆଦି ସଂପର୍କରେ ତଦନ୍ତ କରିବାକୁ ୱାଟ୍କୋର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Posts
ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ
ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ଭୁବନେଶ୍ୱର: ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେଉଛି।ଓଡ଼ିଶାରେ ଏମବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ହେବ…
ଆଜି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି
ଆଜି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେଲା ରଥ ନିର୍ମାଣ…
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି।
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ…