ଗୋଟିଏ ବଳଦ,୫ଟି ଗାଈ,୨ଟି ବାଛୁରୀ ମୃତ୍ୟୁ ଗାଁ ଲୋକେ ଆତଙ୍କିତ ଆର,ଉଦୟଗିରି (ମନୋଜ କୁମାର ପାଢୀ):ଅକସ୍ମାତ ଗୋଟିଏ ବଳଦ, ୫ ଟି ଗାଈ, ୨ଟି ବାଛୁରୀ ମୃତ୍ୟୁ ହୋଇଛି ଫଳରେ ଗାଁ ଲୋକେ ଆତଙ୍କିତ I ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଳକ, ଅନ୍ତରବା ପଞ୍ଚାୟତର, କଣ୍ଟାପଦର ଗାଁରେ I ରବିବାର ଦିନ ମଧ୍ୟାହ୍ନ ୧୨ଟାରେ ପ୍ରତି ଦିନ ପରି ଗାଁ ଲୋକେ ଖୁଣ୍ଟିଆରେ ନିଜ ନିଜ ଗାଈ, ବଳଦ, ବାଛୁରୀ ଙ୍କୁ ବାନ୍ଧିଥିଲେ l ତେବେ ଚରାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଗାଈ ଗୋରୁଙ୍କୁ ନେଇ ସୁମାଲ୍ୟ ଗମାଙ୍ଗ, କାନ୍ଦ୍ରା ଗମାଙ୍ଗ, ଗୁର୍ବାଡି ଗମାଙ୍ଗ, ସୁନିତା ଗମାଙ୍ଗ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲକୁ ଗାଈ ନେଇ ଚରାଉଥିଲେ I ହଠାତ ଚରୁଥିବା ଗାଈ ବଳଦ ବାଛୁରୀ ଚମକି ପଡି ଏଣେ ତେଣେ ଦୌଡ଼ିଥିଲେ I ଏପରି ପରିସ୍ଥିତି ଦେଖି ଗାଈ ଚରାଳି ମାନେ ଗାଈ ଗୋରୁଙ୍କୁ ଆୟତ କରିବା ସମ୍ଭବ ହେଉନଥିଲା I ଯେମିତ ଧୌଡୁ ଥିଲେ ସେମିତି ଯିଏ ଯୁଆଡେ ଗୋଟିଏ ପରେ ଗୋଟିଏ ମରି ଯାଇଥିଲେ l ପତି ଗମାଙ୍ଗର ୪ଟି ଗାଈ , କାନ୍ଦ୍ରା ଗମାଙ୍ଗର ୧ ବଳଦ, ସୁଧୀର ଗମାଙ୍ଗର ୨ ବାଛୁରୀ ମରିଯାଇଛି I ଚରାଳି ମାନେ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ l ମୋହନା ପଶୁ ବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ସମସ୍ୟା ବିଷୟରେ ଜଣାଇଥିଲେ I ତେବେ ପ୍ରାଣୀ ଧନ ଅଧିକାରି ଏହାକୁ ଗୁରୁତ୍ବ ଦେଇନଥିଲେ l ଘଟଣା ସଂମ୍ପର୍କରେ ପ୍ରାଣୀ ଧନ ଅଧିକାରୀଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଦୁର୍ଘଟଣାର କ୍ଷୟ କ୍ଷତି ଓ ମୃତ୍ୟୁର କ୍ଷତି ପୂରଣ ପ୍ରଦାନର ଯୋଜନା ଅଛି l ତେବେ ସ୍ଵାଭାବିକ ମୃତ୍ୟୁ ପାଇଁ କୌଣସି ସରକାରୀ ସହାୟତା ଯୋଜନା ନ ଥିବା କହିଛନ୍ତି ଡାକ୍ତର ବିରେନ୍ଦ୍ର ପଣ୍ଡା I ବର୍ତ୍ତମାନ ଗାଈ ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହେବା ସହିତ ଗୁଞ୍ଜିମା, ପିଲ୍ ପାଜୁ ଏବଂ ଆଖ ପାଖ ଗାଁ ଥିବା ଲୋକେ ଆତଙ୍କିତରେ ଅଛନ୍ତି I
Related Posts

କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ!
କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ।ବସ୍ ଟାଇମିଂକୁ ନେଇ ବଚସା ପରେ,ବସ ମାଲିକ ସଂଘ ଓ ବସ କର୍ମଚାରୀ ସଂଘ…

ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ଅତିଶୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ଅତିଶୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ କରିବା…

ପର୍ଯ୍ୟଟନ ସ୍ଥଳ ବିକାଶ ପାଇଁ ଭଲ ରାସ୍ତାର ନିର୍ମାଣ କରିବାକୁ ହେବ!
ଖସଡା ଜଳପ୍ରପାତକୁ ଉନ୍ନତମାର ରାସ୍ତା ନିର୍ମାଣ ହେବ କେବେ ? ଆର,ଉଦୟଗିରି(ମନୋଜ କୁମାର ପାଢୀ):- ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖସଡ଼ା ଜଳପ୍ରପାତ କୁ ଏହି ଋତୁରେ ହଜାର…