ସୁନାବେଡ଼ା:(ରିପୋର୍ଟ ମନୋଜ କୁମାର ପଟ୍ଟନାୟକ) ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ସୁନାବେଡା ପୌର ପରିଷଦ ପକ୍ଷରୁ ୨୦୨୧ ରେ ଏକ ଅଡିଟୋରିଅମ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟର ସୁବିଧା ପାଇଁ ଏହା ପାର୍ଶ୍ଵ ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ସି ସି ରୋଡ଼ଟିକୁ ବନ୍ଦ କରିଦିଆ ଯାଇଥିଲା। ଉକ୍ତ ସି ସି ରୋଡ଼ ରେ ରୋଗୀ ଓ ସାଧାରଣ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାଆସିବା କରୁଥିଲେ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଉପରେ ଏବଂ ଅଡିଟୋରିଅମ ର ସୁରକ୍ଷା ପାଇଁ ମଧ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଗଲାଣି। କିନ୍ତୁ ଏହା ସତ୍ତ୍ୱେ ସର୍ବସାଧାରଣ ଯିବାଆସିବା କରୁଥିବା ସି ସି ରୋଡ଼ ଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିବା ଅଭିଯୋଗ ହେଉଛି। ତୁରନ୍ତ ଉକ୍ତ ରାସ୍ତାକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୋକ୍ତ କରିବା ପାଇଁ ପୌର ପରିଷଦ ପଦକ୍ଷେପ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହୋଇଛି।
Related Posts
![](https://894006.ztxs.asia/wp-content/uploads/2025/01/IMG-20250105-WA0003.jpg)
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍।ଭୋର ୪ଟା ୧୦ରେ ଡ୍ରୋନ୍ ଉଡ଼ିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।ପ୍ରଥମେ ମେଘନାଦ…
![](https://894006.ztxs.asia/wp-content/uploads/2024/12/IMG-20241209-WA0086.jpg)
୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ
୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ…
![](https://894006.ztxs.asia/wp-content/uploads/2024/10/IMG-20241001-WA0288.jpg)
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ…