ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ27/9/024)-: ନୁଆଗଡ ବ୍ଳକର ଟାଙ୍ଗିଲି ପଞ୍ଚାୟତ କାର୍ଯ୍ୟକ୍ଷମ ଠାରେ ଆଜି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ବାରା ପାଣି କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ କମିଟିର ସଦସ୍ୟା/ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ସିଙ୍ଗନା ରଇତ ସଭାପତ୍ବ କରିଥିଲେ । ଏଥିରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତୀ ପ୍ରଭାକର ମୁନି, ଗ୍ରାମ ସେବକ ବା ପିଇଓ ଟି, ବାଲାକିଷ୍ଣା, ନ୍ୟାୟ ସରପଞ୍ଚ ଲକ୍ଷ୍ମୀ ମଣ୍ଡଳ ଜିଆରସି, ଓ୍ବାର୍ଡସଭ୍ୟା/ସଭ୍ୟ, ପମ୍ପ ଡ୍ରାଇଭର ଏବଂ ୭ଖଣ୍ଡ ଗ୍ରାମର ସପାଧିକ ମହିଳା ଓ ପୁରୁଷ ଓ ପୁରୁଷ ଯୋଗଦେଇଥିଲେ । ପଞ୍ଚାୟତ ନିର୍ବାଚନ ହେବାଠାରୁ ପ୍ରଥମ ଥର ଏହି ବୈଠକରେ ପାଣି କମିଟି ସଦସ୍ୟା ସଦସ୍ୟ ମାନଙ୍କୁ ନେଇ ପାଣି କମିଟି ଉପରେ ସଚେତନତା କରାଯାଇଛି । ଏହି ପାଣି କମିଟିକୁ ୭ଖଣ୍ଡ ଗ୍ରାମରେ ପାଣି କମିଟି ୨୦୧୭ ମସିହାରେ ଗଠନ ହୋଇଥିଲା ଆଜି ପର୍ଯ୍ୟନ୍ତ କୋମା ହୋଇପଡିଥିଲା । ନୂତନ ବିଜେପି ସରକାର ଆସିବା ଏହି କମିଟିକୁ କାର୍ଯ୍ୟକ୍ଷମ ଆଗେଛନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତୀ ଶ୍ରୀ ମୁନୀବାବୁ ସୌଚାଳ ବେହାର , ପାଣି କମିଟି କଣ କଣ କାର୍ଯ୍ୟ ଉପରେ ପାଣି କମିଟି ସଦସ୍ୟମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଏହାସହ ସରପଞ୍ଚ ଶ୍ରୀ ରଇତ, ପିଇଓ ବାଲକିଷ୍ଣା ଓ ନ୍ୟାୟ ସରପଞ୍ଚ ଶ୍ରୀମତୀ ମଣ୍ଡଳ ଓ ଓ୍ବାର୍ଡ ସଭ୍ୟ ପାଣି ସୁରକ୍ଷ ଓ ରକ୍ଷଣ ବେକ୍ଷଣ ଉପରେ ପାଣି କମିଟି ସଦସ୍ୟ ଓ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ ।
Related Posts
ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନ କୁ ଆର୍ଥିକ ସହାୟତା।
*ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନ କୁ ଆର୍ଥିକ ସହାୟତା।* ବରଗଡ ପ୭, ୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପଦମପୁର ର…
ବିଧାୟକଙ୍କ ରାଶିନାଜୁ ବିଦ୍ୟାଳୟରେ 75 ତମ ବନ ମହୋତ୍ସବ ପାଳନ……
ବିଧାୟକଙ୍କ ରାଶିନାଜୁ ବିଦ୍ୟାଳୟରେ 75 ତମ ବନ ମହୋତ୍ସବ ପାଳନ…… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ପଞ୍ଚାୟତ ର ରାଶିନାଜୁ…
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ…