ଗ୍ରାମ ପଞ୍ଚାୟତ ତରଫରୁ ସଚେତନ ଶିବିର ଅନୁଷ୍ଠିତ |
ରାୟଗଡା : ରାୟଗଡା ଜିଲ୍ଲା କୋଳନରା ବ୍ଲକ ର ଖେଦାପୋଡ଼ା ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଗୃହ ପାଇବା ନିମନ୍ତେ ନୂତନ ସୋର୍ଭେ ସମ୍ବଧେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଖେଦାପୋଡ଼ା ପଞ୍ଚାୟତର ସରପଞ୍ଚ ନରସିଂହ କୀଲାକା ଅଧକ୍ଷତା କରିଥିବା ବେଳେ ବ୍ଲକ ରେ ଗ୍ରାମ ପଂଚାୟତ ଅଧିକାରୀ ପ୍ରଶାନ୍ତ ପାଢ଼ୀ,ଗ୍ରାମ ପଞ୍ଚାୟତର ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଲିଙ୍ଗରାଜ ତାଡିଙ୍ଗ,ଗ୍ରାମ ପଞ୍ଚାୟତର ହିସାବ ରକ୍ଷକ ପ୍ରବେଶ ଅଧିକାରୀ ଙ୍କ ସହ କୋଳନରା ବ୍ଲକ ଉପାଦକ୍ଷ ହଳଧର ହିମରିକା, ମଞ୍ଚସିନ ରହିଥିବା ବେଳେ ପଂଚାୟତ ର ମାନସିଂ ଅଟକା ସାରୁବ ଜିରାକା, ହେମଲତା ସିଂ, ମମତା ହିକକା, ଲକ୍ଷ୍ମୀ ହୁଇକା, ଉମାଶଙ୍କର, ଦାସନା ଙ୍କ ସମତେ ସମସ୍ତ ୱାର୍ଡ ମେମ୍ବର ଏହି ତାଲିମ୍ ଶିବିରରେ ଖେଦାପୋଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ବହୁ ମହିଳା ପୁରୁଷ ଉପସ୍ଥିତ ରହି ଶିବିର ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ପ୍ରକାଶ ଥାଉ କି ଏହି ତାଲିମ୍ ଶିବିର ନିମନ୍ତେ ଦୁଇ ଦିନ କାଳ ପଞ୍ଚାୟତ ସମିତି ତରଫରୁ ଡାକ ବାଜିଯନ୍ତ୍ର ସାହାଯ୍ୟରେ ସମଗ୍ର ଗ୍ରାମ ପଞ୍ଚାୟତ ଅଧିନରେ ରହିଥିବା ଗ୍ରାମ ଗୁଡିକର ଜନସାଧାରଣଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା | ଆଜି ରେ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମଣୀ ) ରେ ଆଶାୟୀ ଯୋଗ୍ୟ ପରିବାର (ଆବାସ ଆପ ) ମାଧ୍ୟମରେ ଆବେଦନ କରିବା ନିମନ୍ତେ ବିସ୍ତୃତ ଭାବେ ବୁଝାଯାଇଥିଲା l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମଣୀ ) ଗୃହ ପାଇଁ ପ୍ରତ୍ୟକ ଯୋଗ୍ୟ ହିତାଧିକାରୀ ଚୟନ ସର୍ଭେ ଡିଜିଟାଲ ଆପ ମାଧ୍ୟମରେ କରାଯିବ l ଯୋଗ୍ୟହିତାଧିକାରୀ ଏହି ଆପ ମାଧ୍ୟମରେ ଗୃହ ପାଇଁ ଆବେଦନ କରିପାରିବେ ଏବଂ ଅଧିକାରୀମାନେ ମଧ୍ୟ ପ୍ରତି ଗ୍ରାମ ସାହି କୁ ଯାଇ ଏହି ଆପ ମାଧ୍ୟମରେ ସର୍ଭେ କରି ଯୋଗ୍ୟ ହିତାଧିକାରୀ ଙ୍କ ନାମ ପଞ୍ଜିକୃତ କରିବେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ