ଘୁ. ଉଦୟଗିରି ଠାରେ ପଡିଆରୁ ବଢିଆ କାର୍ଯ୍ୟକ୍ରମ ଅନୁଷ୍ଠିତ… ଘୁ. ଉଦୟଗିରି :- (ରିପୋର୍ଟ କୁନା ଦିଗାଲ )ଘୁ.ଉଦୟଗିରି ସମନ୍ନିତ ଅନୁଷ୍ଠାନର ସଭା ଗୃହରେ କନ୍ଧମାଳ ଜିଲ୍ଲାର ଗରୀବ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ସ୍ୱର କୁ କେନ୍ଦ୍ର କରି ପ୍ରଶାସନ ଓ ଜନ ସାଧାରଣ ଙ୍କ ମଧ୍ୟରେ ଏକ ସେତୁ ସଦୃଶ ରୂପେ କାର୍ଯ୍ୟ କରିଆସୁଥିବା ଏକ ନିଆରା ଲୋକ ସଂଗଠନ ର ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମଜୀବି ମଞ୍ଚ ର ଆବାହକ ଅଞ୍ଜନ ପ୍ରଧାନଙ୍କ ସଭାପତିତ୍ୱ ରେ ଜିଲ୍ଲାର 12 ଟି ବ୍ଲକର ଚାଷୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଚାଷ ର ବୈପ୍ଳବିକ ପରିବର୍ତ୍ତନଆଣିବା ପାଇଁ ହାତକୁ ନେଇଥିବା “ପଡିଆ ରୁ ବଢିଆ “ଅଭିଯାନ କୁ ସଫଳ କରିବା ପାଇଁ ଏକ ନିରନ୍ତରପ୍ରକ୍ରିୟା ରେ ପ୍ରୟାସ ଆରମ୍ଭ କରିଛି ଲୋକସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ l ସୂଚନା ଅନୁସାରେ ସଂଗଠନ, 2009 ମସିହାରୁ ଜିଲ୍ଲା ରେ ସରକାର ଙ୍କ ବିଭିନ୍ନ ଯୋଜନା ଓ ଆଇନ ଗୁଡିକ ସମାଜରେ ଅତି ଶେଷ ଧାଡିରେ ଥିବା ଲୋକଙ୍କ ପାଖରେ ଯେମିତି ପହଂଚି ପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମାନ କରି ଆସୁଅଛି l ଇତି ଅବସରରେ ଗତ ବର୍ଷ ଠାରୁ ଚଳିତ ବର୍ଷ ମଧ୍ୟରେ ସଂଗଠନ “କୃଷି କ୍ରାନ୍ତି” ଓ “ପଡିଆ ରୁ ବଢିଆ “ନାମକ ଏକ କ୍ୟାମ୍ପେନ ଓଡ଼ିଶାରେ 18 ଟି ଜିଲ୍ଲାରେ ଆରମ୍ବ କରିଛି l ଏଭଳି ଏକ ଲୋକାଭିମୁଖି କାର୍ଯ୍ୟକ୍ରମ ପାଇଁ ସମସ୍ତେ ପ୍ରଶାସନ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳ ରେ ଖୁବ ଚର୍ଚ୍ଚା ହେଉଥିବା ଜଣାପଡୁଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ସଂମ୍ମାନିତ ଅଥିତି ଭାବରେ ଗୋଷ୍ଠୀଉନ୍ନୟନ ଅଧିକାରୀ ମୋନଜ କୁମାର ଦେବତା ମୁଖ୍ୟ ଭକ୍ତା ଭାବ ରେ କୃଷି ବିଜ୍ଞାନ କେନ୍ଦ୍ର ଜି ଉଦୟଗିରି ବରିଷ୍ଠ ବୈଜ୍ଞାନିକ ନାରାୟଣ ବାର ଜିଲ୍ଲା କୃଷି ଅଧିକାରୀ ଜି ଉଦୟଗିରି ସୁବାସ ଚନ୍ଦ୍ର ବେହେରା , ମୂର୍ତ୍ତିକା ବିଭାଗ ଅଧିକାରୀ ସୁଜିତ କୁମାର ମୁଖୀ RRTTS ବିଭାଗ କର୍ମ ଚାରି ରାହୁଲ କୁମାର ସାହୁ ମାଧ୍ୟମ ଫାଉଣ୍ଡେସନ ଅନୁଷ୍ଠାନ କର୍ମୀ ପ୍ରଭାତ କୁମାର ଭଇ ଅନ୍ତରଙ୍ଗ ଯୁବ ମହାସଂଘ ସମ୍ପାଦକ ହୃଷିକେଶ ପ୍ରଧାନ ଗ୍ରେସିଙ୍ଗିଆ ସରପଞ୍ଚ ଶ୍ରୀମତୀ ତ୍ରିଶୀଳା ପ୍ରଧାନ ସମେତ ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଦୁର୍ବାସା ସେଠି ଏବଂ ସଂଗଠନ ର ବ୍12 ଟି ବ୍ଲକର ସଭାପତି ସହିତ ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇ ଥିବାର ଦେଖିବାକୁ ମିଳିଛି l
