ଚଇତି -୨୦୨୪,ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ରାୟଗଡ:ରାୟଗଡ ଜିଲ୍ଲା ଲୋକମହୋତ୍ସବ ଚଇତି -୨୦୨୪ର ପରିବହନ, ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି କରଣ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମଞ୍ଚ ପରିଚାଳନା ଉପସମିତିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ,ଜିଲ୍ଲାସୂଚନl ଓ ଲକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଚଇତି -୨୦୨୪ରେ କିପରି ମଞ୍ଚ ପରିଚାଳନା କରାଯିବ, କେଉଁ ସମରେ କେତେ ସମୟ ବ୍ୟବଧାନରେ ନୃତ୍ୟ ପରିବେଷଣ କରାଯିବ, ଅତିଥି ମାନଙ୍କୁ କିପରି ସତ୍କାର କରାଯିବ, କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସଂଯୋଜକ ମାନଙ୍କ ଉପସ୍ଥିତି ବୁଦ୍ଧି ଓ ବାକଚାତୁରୀ ସମ୍ପନ୍ନ ବ୍ୟକ୍ତିଙ୍କୁ ଚୟନ କରାଯିବ lସେହିପରି ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ସାଂସ୍କୃତିକ ଶୋଭାଯାତ୍ରା ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେବୀ,ପୌର ନିର୍ବାହୀ ଅଧିକାରୀ ରୟାଗଡ଼ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସହରର ବିଭିନ୍ନ ଅନୁଷ୍ଠାର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟା ଯୋଗଦାନ କରି ଆଲୋଚନା କରିଥିଲେ l ଶୋଭାଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳା ସହକରେ ଆୟୋଜନ କରାଯିବ ସେସମ୍ପର୍କରେ ଆଲୋଚନା କରାଯଇଥିଲା l ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରରୁ ପବିତ୍ର କୋଳଶ, ଶ୍ରଦ୍ଧା କ୍ଷେତ୍ରରୁ ଆଜ୍ଞାମାଳ ଆସିବ ଓ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପ୍ସନ କରାଯିବ l ସେହିପରି ଅତିରକ୍ତ ଜିଲ୍ଲାପାଳଙ୍କୁ ନେତୃତ୍ୱରେ ଚଇତି ଖାଦ୍ୟ ପ୍ରସ୍ତୁତିକରଣ ଉପାସମିତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା କକ୍ଷରେ ଅନୁଷ୍ଠିତ ହଥିଲା l ଏଥିରେ ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ, ସହକାରୀ ଯୋଗାଣ ଅଧିକାରୀ ସୁହାସ ଭୋଇ ପ୍ରମୁଖ ଗତବର୍ଷର ପ୍ରସିଦିଂଶ ନିଷ୍ପତ୍ତିକୁ ଉପରେ ଉପସ୍ଥାପନା କରିଥିଲେ l ଏଥିରେ ସହରର ବିଭିନ୍ନ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ