ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ -ଜିଲ୍ଲାପାଳ ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟକ ଆଡିଟରିୟମ ନିଷ୍ପତ୍ତି ହୋଇଥିଲା l ଜିଲ୍ଲାସ୍ତରୀୟ ଚଇତି ଆସନ୍ତା ଡିସେମ୍ବର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ତାରିଖରୁ ୩୦ତାରିଖ ଯାଏଁ ସ୍ଥାନୀୟ ଗୋବିନ୍ଦ ଚଦ୍ର ଉଚ୍ଚ ବିଦ୍ୟାଳୟରେ ୫ଦିନ ଧରି ଅନୁଷ୍ଠିତ ହେବ l ଏହା ପୂର୍ବରୁ ରାୟଗଡା ଜ଼ିଲ୍ଲା ର ଐତିହାସିକ ସହର ପଦ୍ମପୁର ନିକଟସ୍ଥ ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଆସନ୍ତା ଡିସେମ୍ବର ୮ତାରିଖରେ ଶୁଭାରମ୍ଭ ହେବ l ଏହାପରେ ଜିଲ୍ଲାର 11 ଗୋଟି ବ୍ଲକରେ ବ୍ଲକସ୍ତରୀୟ ଚଇତି ଅନୁଷ୍ଠିତ ହେବ l ଚଇତିର ଉପଦେଷ୍ଠା ମଣ୍ଡଳୀ ବୈଠକର ନିଷ୍ପତି ପ୍ରକାରେ ବିଭିନ୍ନ ଉପସମିତି ମାନ ଗଠନ କରାଯାଇଛି lପ୍ରତ୍ୟେକ ଉପାସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ପୃଥକ ପୃଥକ ଭାବରେ ଆସନ୍ତା ୨୬ତାରିଖରୁ ୩୦ତାରିଖ ମଧ୍ୟରେ ବୈଠକ ଡାକି ସଦସ୍ୟତା ଗ୍ରହଣ କରିବେ ଏବଂ ଓ ବଜେଟ ପ୍ରସ୍ତୁତ କରିବେ l ବ୍ଲକ ସ୍ତରୀୟ ଉତ୍ସବ ପରେ ଉପଖଣ୍ଡ ସ୍ତରୀୟ ଲୋକାଉତ୍ସବ ଇଡ଼ିତାଲ ଚଇତି -୨୦୨୪ ଗୁଣୁପୁର ଠାରେ ଅନୁଷ୍ଠିତ ହେବ l ଏଥିନିମନ୍ତେ ଉପଜିଲ୍ଲାପାଳ ଗୁଣପୁରଙ୍କ ନେତୃତ୍ୱରେ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲାସଂସ୍କୃତି ପରିଷଦର ଅଧ୍ୟକ୍ଷ ଜଣାଇଛନ୍ତି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଆନ୍ଧ୍ରକେମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଆନ୍ଧ୍ରକେମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼ ୧୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ବ୍ଲକ ଅନ୍ତର୍ଗତ…
କଂଗ୍ରେସ ର ବିଶାଳ କର୍ମୀ ସମବେଶ
2024 ନିର୍ବାଚନକୁ ନେଇ କଂଗ୍ରେସ ର ବିଶାଳ କର୍ମୀ ସମବେଶ କୋରାପୁଟ ( k venkat Rao):କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବାଲି ଓଏମସି ଛକ…
ଗଜପତି ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥ ଶୁଭାରମ୍ଭ
ଗଜପତି ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥ ଶୁଭାରମ୍ଭ —(ରଥ ବୁଲି ବୁଲି ଚାଷୀଙ୍କ ଅବଗତି ନିମନ୍ତେ ପ୍ରଚାର କରୁଛି)…