ଚଇତି 2024 ଶୁଭାରମ୍ଭ ନିମନ୍ତେ ମରିଚଗୁଡା ସମ୍ପୂର୍ଣ୍ଣ ପ୍ରସ୍ତୁତି
ରାୟଗଡା : ରାୟଗଡା ଜ଼ିଲ୍ଲା ର ଲୋକମୋତ୍ସବ ଚଇତି 2024 ର ଶୁଭାରମ୍ଭ ଆସନ୍ତା କାଲି 08//12/2024 ରେ ଆରମ୍ବ ହେବା କୁ ଯାଉଛି l ଏଥିପାଇଁ ମାତାଭରମ ବିଜ୍ଞାନ ପ୍ରଚାର ଆଶ୍ରମ ର ସମସ୍ତ କର୍ମକର୍ତା ଉଭୟ ପୁରୁଷ ଓ ମହିଳା ସମଗ୍ର ମରିଚଗୁଡା କୁ ଫୁଲ ମାଳ ସହିତ ଆମ୍ବ ପତ୍ର ତୋରଣ କରି ସଜିତ କରିବାରେ ଲାଗିପଡିଛନ୍ତି l ସମଗ୍ର ଜ଼ିଲ୍ଲା ର 11 ଗୋଟି ବ୍ଲକ ରୁ ଆସିବାକୁ ଥିବା ଜନସାଧାରଣ, ଜ଼ିଲ୍ଲା ର ବିଧାୟକ, ଅଫିସର ଓ ଙ୍କୁ ସ୍ୱାଗତ କରିବା ଆମର ଲକ୍ଷ ବୋଲି ସମିତି ର ମହିଳା କହିଛନ୍ତି l ଐତିହାସିକ ପଦ୍ମପୁର ସହର ର ନିକଟରେ ଥିବା ମରିଚଗୁଡା ରୁ ଚଇତି ଆରମ୍ଭ ହେଉଛି ସେଥିପାଇଁ ଆମ ଗ୍ରାମବାସୀ ବହୁତ ଖୁଶୀ ଓ ଜ଼ିଲ୍ଲା ସଂସ୍କୃତିକ ଅଧିକାରୀ ତଥା ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଙ୍କୁ ଆମ ଗ୍ରାମ ବାସୀ ତରଫରୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ ବୋଲି ସ୍ଥାନୀୟ ବାସୀ ଖୁସିରେ ନିଜ ମତ ବ୍ୟକ୍ତ କରିଛନ୍ତି l ଜ଼ିଲ୍ଲାପାଳ ଙ୍କ ପାଇଁ ଆଜି ଆମର ମରିଚଗୁଡା କୁ ସମଗ୍ର ବିଶ୍ୱ ବାସୀ ଜାଣିପାରିବେ ସେଥିପାଇଁ ଆମ ଗ୍ରାମ ବାସୀ ବେଶ ଆନନ୍ଦିତ ବୋଲି ପୂର୍ବତନ ଆଖୁସିଂ ସରପଞ୍ଚ ଙ୍କ ସହିତ ପଦ୍ମପୁର ବ୍ଲକ ର ପୂର୍ବତନ ଅଧକ୍ଷ ରମାକାନ୍ତ ମାଝୀ କହିଛନ୍ତି l ଆସନ୍ତା କାଲି ଚଇତି ର ଯେଉଁ ଶୁଭାରମ୍ଭ ମରିଚଗୁଡା ରୁ ଆରମ୍ଭ ହେବ ତାହା ସବୁଦିନ ପାଇଁ ଇତିହାସ ହୋଇ ରହିବ ବୋଲି ବ୍ଲକ ଅଧକ୍ଷା ମଣିମାଳା ଶବର, ପୂର୍ବତନ ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ ଓ କୈଳାଶ ପ୍ରସ୍କା କହିଛନ୍ତି l ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତା ଓ ଜ଼ଳ ବିଭାଜିକା ର ପ୍ରକଳ୍ପ ନିର୍ଦେଶକ ଦୟାନିଧି ବାଘ ମରିଚଗୁଡା ଗ୍ରାମ କୁ ଚଇତି ଆରମ୍ଭ ର ପ୍ରସ୍ତୁତି ସମ୍ପର୍କ ରେ ତଦାରଖ କରିଥିଲେ l ସମଗ୍ର ଜ଼ିଲ୍ଲା ରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେବେ ସେଥିପାଇଁ ସେମାନଙ୍କ ର ଖାଦ୍ୟ ପେୟ ବିଷୟରେ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ରୋଇତ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ସମାଜସେବୀ ବକ ସହିତ ଆଲୋଚନା କରିଥିଲେ l ଆସନ୍ତା କାଲି କିପରି ଶାନ୍ତି ଶୃଙ୍ଖଳା ର ସହିତ ଚଇତି ର ଆରମ୍ଭ ହୋଇ ବ୍ଲକ ସ୍ଥରୀୟ ଚଇତି ସମାପନ ହେବ ସେଥିପାଇଁ ବିଡ଼ିଓ ଶିବ ପଟ୍ଟନାୟକ, ବ୍ଲକ ସହାୟକ ଯନ୍ତ୍ରୀ ରଶ୍ମିତା ଶବର, କନିଷ୍ଠ ଯନ୍ତ୍ରୀ ଅଶୋକ ନାୟକ, ଯୋଗାଣ ବିଭାଗ ର ଆଦିତ୍ୟ ମିଶ୍ର, ବ୍ଲକ ର ସେକ୍ସନ ଅଧିକାରୀ ଉଭୟ ମରିଚଗୁଡା ଓ ପଦ୍ମପୁର ରେ ଅନୁଷ୍ଠିତ ହେବାକୁ ଥିବା ଚଇତି ପଡିଆ ବୁଲିଦେଖିଥିଲେ l ପଦ୍ମପୁର ବ୍ଲକ ର ଜନସାଧାରଣ, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ସରକାରୀ କର୍ମଚାରୀ ଚଇତି 2024 କୁ ଏକ ଅବିସ୍ମରଣୀୟ ଦିନ ଭାବେ ରହିବା ନିମନ୍ତେ ଲାଗିପଡିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ