ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ ଠାରେ ଜନଜାତୀୟ ଗୌରବ ଦିବସ ଅବସରରେ ଦ୍ଵିତିକୃଷ୍ଣ ମାଝି ଙ୍କ ସଭାପତିତ୍ବରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ,ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ,ଚକାପାଦରେ ମହାଆଡମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ , ବ୍ଲକ୍ ଚକାପାଦ ୟୁନିଟ୍ ର ସଭ୍ୟସଭ୍ୟା ପାଳନ କରିଅଛନ୍ତି l ଅଞ୍ଚଳ ର ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କୁ ଭଗଵାନ ବିର୍ସା ଓ ଡ଼ଃ .ବି ଆର . ଆମ୍ବେଦକରଙ୍କ ଅନୁଗାମୀ ହେବା ନିମନ୍ତେ ନିବେଦନ କରିଥିଲେ ।ନିଜ ସମାଜର ଏକତା ନିର୍ମାଣ କରି ସାମାଜିକ, ଅର୍ଥନୈତିକ, ଶିକ୍ଷା, ପ୍ରଶାସନ ଅଧିକାର କୁ ଜିତିବା ପାଇଁ କାର୍ଯ୍ୟ ଜାରି ରହିବ l ଅନ୍ଧ, ବଧିର ଏବଂ ମୂକ ନ ହୋଇ ଆମର ଲକ୍ଷ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ ବୋଲି ଅନେକ ବୁଦ୍ଧିଜୀବୀ ବକ୍ତବ୍ୟ ରଖିଥିଲେ l ଯଦି ସମାଜକୁ ଶ୍ରେଷ୍ଠ କରିବା ନିମନ୍ତେ ନିଜ ଜୀବନର ଅସ୍ତିତ୍ବ ଆଗାମୀ ପୀଢି ପାଇଁ ରଖିବା ନିମନ୍ତେ ଆମେ ଲଢିବା | ଜଗଦୀଶ ପ୍ରସାଦ ନାୟକ, ପ୍ରଦୀପ କୁମାର କହଁର, ଦୁର୍ଯ୍ୟଧନ ବେହେରା, କିରୀଟି ନାୟକ, କୁନ୍ତି ପ୍ରଧାନ,ବିକ୍ରମ ଦିଗାଲ, ନାଭିଦିତ୍ଵ ବେହେରା, ସୁନନ୍ଦ ଦିଗାଲ, ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ମଲ୍ଲିକ , ସଞ୍ଜୀବ ବେହେରା, ଚତୁର୍ଭୁଜ ବେହେରା ଏହିପରି ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ।
Related Posts
ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ,…
ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ… ( ୬ -୧୮ ବର୍ଷ ବୟସ ଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ ।
ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ… ( ୬ -୧୮ ବର୍ଷ ବୟସ ଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ ।…
ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ
ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସଂଯୋଜନ ବିଭାଗ…