ଚନ୍ଦ୍ରଗିରି ବନଅଞ୍ଚଳର ଆଡ୍ଡାସ୍ଥଳୀ ପାଲଟିଛି କଫି ବଗିଚା । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ରେ ଥିବା ଗୋଲମରିଚ ବଗିଚା କଥା । 1981 ମସିହାରେ 4.3 ହେକ୍ଟର କୁ ନେଇ ଏହି ଗୋଲମରିଚ ବଗିଚା ଆରମ୍ଭ ହୋଇଥିବାବେଳେ ସେଥିରେ 1 ହେକ୍ଟର ରେ 1000 ରୁ 1200 କଫି ଗଛ ,1 ହେକ୍ଟର ରେ 1000 ରୁ 1200 ଡାଲଚିନି ଓ ବଳକା ଗୋଲମରିଚ 2000ରୁ5000 ଲାଗିଥିଲା ।ସେଥିରୁ ଯାହା ସବୁ ଗୋଲମରିଚ ,ଡାଲଚିନି,କଫି ବାହାରୁଥିଲା ବେଶ୍ ଦରଦାମ ରେ ବଜାରରେ ବିକ୍ରି ହେଉଥିଲା । ବଜାର ରେ ବିକ୍ରି ହେବା ଦୁର କଥା ଲୋକଙ୍କୁ ଅନେକ ଆକୃଷ୍ଟ କରୁଥିଲା । ଆଜି ଏହି ଚନ୍ଦ୍ରଗିରି କହିଲେ ସାରା ଦେଶ ବିଦେଶ ରେ ପର୍ଯ୍ୟଟନ କ୍ଷେତ୍ରରେ ବେଶ୍ ପରିଚିତ । କିନ୍ତୁ ଆଜି ରକ୍ଷଣା ବେକ୍ଷଣ ଅଭାବରୁ ତାହା ଏବେ ନଷ୍ଟ ହେବାକୁ ଲାଗିଚି । ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଏହି ଅଞ୍ଚଳ ରେ ଅନେକ ପର୍ଯ୍ୟଟନ କ୍ଷେତ୍ର ଲାଗି ଲାଗି ରହିଥିବା ବେଳେ ଏହା ମଧ୍ୟ ସେଥିରେ ଯୋଡ଼ି ହୋଇ ପର୍ଯ୍ୟଟକଙ୍କୁ ଅନେକ ମନୋହର କରିଥାନ୍ତା । ଏହା 326 A ରାଜ୍ୟ ରାଜପଥରେ ଥିବା ହେତୁ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ସ୍ଥାନରେ ମୃଗ ବିହାର ହେଲେ ଏହା ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବାସହ ଏହି ଜଙ୍ଗଲର ସୁରକ୍ଷା ହେବ ତଥା ଅନେକ ଓଷଧିୟ ବୃକ୍ଷ ବଞ୍ଚି ରହିବ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ।
Related Posts
ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ।
ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ। ସେମିଳିଗୁଡାସ୍ଥିତ ସମ୍ବାଦ ସାହିତ୍ଯ ଘର ତରଫରୁ ଆମ…
ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉଦଘାଟିତ
ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉଦଘାଟିତ ଆର, ଉଦୟଗିରି (ମନୋଜ କୁମାର ପାଢୀ)- ଶନିବାର ଦିନ ରା. ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ…
ଠକେଇ ମାମଲା, ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ
“ଠକେଇ ମାମଲା, ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ” ଗଞ୍ଜାମ:ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା…