ଆଇ କାର୍ଡ ଏନ୍ଞ୍ଜିଓ ଦୁର୍ନୀତି
ଚନ୍ଦ୍ରପୁର ବ୍ଳକର ଚାଷିଙ୍କୁ ମିଳୁନୀ ବିହନ ସାର୍
ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାଵେ ଜଣାଶୁଣା ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ୫୦ ହଜାର ରୁ ଉର୍ଦ୍ଧ ନିରୀହ ଗରୀବ ଆଦିବାସୀ ଓ ହରିଜନ ଏଠାରେ ବସବାସ କରି ରହୁଛନ୍ତି। ସେମାନେ ଚାଷ ଉପରେ ନିର୍ଭର କରି ଚାଲନ୍ତି ଦୁଃଖ ଓ ପରିତାପର ବିଷୟ ସରକାର ଙ୍କ ତରଫରୁ ଚାଷିମାନଙ୍କ ଉଦେଶ୍ୟ ରେ ରିହାତି ମୁଲ୍ୟରେ ଏନ୍ଞ୍ଜିଓ କୃଷି ବିଭାଗ ତରଫରୁ ମାଗଣାରେ ଚାଷିଙ୍କ ପାଇଁ ବିହନ,ଵୀରୀ, ସୋରିଷ, ମାଣ୍ଡିଆ,ରାଶି ସହିତ ବିଭିନ୍ନ ରାସାୟନିକ ସାର୍ ଯୋଗାଇଦଵା ବ୍ୟବସ୍ଥା ଥିଲେ ମଧ୍ୟ ସେଥିରୂ ଚନ୍ଦ୍ରପୁର ବ୍ଲକର ଚାଷୀମାନେ ବଞ୍ଚିତ ହୋଇ ରହିଛନ୍ତି ବୋଲି ଅଗ୍ରଣୀ ଚାଷି ସନ୍ୟାସୀ ଗାଗେରାଙ୍ଗା, ନରେନ୍ଦ୍ର ଦିଵାକା, ପୂର୍ଣ୍ଣ
ଚନ୍ଦ୍ର ପାତ୍ର,ବରିଷ୍ଠ ସାମ୍ବାଦିକ ବିଜୟ ଉଲ୍ଲାକା, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପ୍ରଟିକା, ହରିଶ୍ଚନ୍ଦ୍ର ମୁଣ୍ଡିକା, ପ୍ରମୁଖ ଅଭି ଯୋଗ କରିଛନ୍ତି। ଏବଂ ସଂପୃକ୍ତ ଆଇ କାର୍ଡ ଏନ୍ଞ୍ଜିଓ ଚନ୍ଦ୍ରପୁର ଏବଂ କୂଷି ବିଭାଗର କର୍ମଚାରୀ ରଞ୍ଜିତ କୁମାର ଗମାଙ୍ଗ ପଚାରିବୁ ସେ କୈାଣସି ସଠିକ୍ ଉତ୍ତର ଦେହି ପାରିନଥିଲେ। ଏଥି ସହ ଚନ୍ଦ୍ରପୁର ବ୍ଲକର କୂଷି ବିଭାଗର ସହକାରୀ କୂଷି ଅଧିକାରୀ ଅର୍ପିତା ବେହେରା ମାଝୀ ଙ୍କୁ ପଚାରିବାରୁ ଏସଂପର୍କରେ ତଦନ୍ତ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇବି ବୋଲି କହିଛନ୍ତି। ଏଥିରୁ ଯାହା ସ୍ପଷ୍ଟ ଜଣାପଡ଼ୁଛି କୂଷି ବିଭାଗ ଏବଂ ଆଇ କାର୍ଡ ଏନ୍ଞ୍ଜିଓ ଦୁର୍ନୀତି ଖୁଵୁ ଶୀଘ୍ର ପରଦା ପାସ୍ ହେବାକୁ ଯାଉଛି। ଚନ୍ଦ୍ରପୁର ବ୍ଲକର ନୀରୀହ ଗରୀବ ଆଦିବାସୀ ଚାଷିମାନଙ୍କ ପ୍ରତି ହୋଇଥିବା ଦୁର୍ନୀତି ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳ ଏହା ତଦନ୍ତ କରି ପଦକ୍ଷେପ ନେବା ପାଇଁ ଅଗ୍ରଣୀ ଚାଷି ଉତ୍ତମ କୁଶଲିୟା,ଗଙ୍ଗା ଗାଡାକା,ରାଜୁ ଗୋଗେରେଙ୍ଗା,ସାରି ବ୍ରେଡାକା, ପାଣି ସାରାକା,କରାଳ ସାରାକା, ପ୍ରମୁଖ ଅଭିଯୋଗ କରିଛନ୍ତି। ରାୟଗଡ଼ା ଜିଲ୍ଲା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ