ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ। ବରଗଡ – ୮,୧୦(ଭବାନୀ ଶଙ୍କର ପାଢ଼ୀ) ଭାରତ ସ୍ୱାଧୀନତା ର ଦୀର୍ଘ ବର୍ଷ ହୋଇ ଯାଇଥିଲେ ମଧ୍ୟ ଆଜିଯାଏ, ଚାଷୀ ଶ୍ରମିକ ସ୍ୱାଧୀନ ହୋଇନାହାନ୍ତି ନିଜ ନିଜ ହକ ପାଇଁ ଆନ୍ଦୋଳନ କଲେ ମିଳୁଛି ଦଫା ଜେଲ ରେ ଭରିବା ପାଇଁ ଧମକ l ଆଜି ଜୟ ଭାରତୀ ଶ୍ରମିକ ସଂଘ ଗାଇସିଲେଟ ଠାରେ ରାଜବୋଡାସମ୍ବର କୃଷକ ଓ ଶ୍ରମିକ ସଂଗଠନ ର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା ଙ୍କ ନେତୃତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସଂଯୁକ୍ତ କୃଷକ ସଂଗଠନ ବରଗଡ ଜିଲ୍ଲା ର ଉପଦେଷ୍ଟା ଓ ଚାଷୀନେତା ରମେଶ ମହାପାତ୍ର ଙ୍କର ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ଘଟଣା କୁ ଦୃଢ଼ ଭାବରେ ନିନ୍ଦା କରାଯାଇଥିଲା l ଟାଟା ପାୱାର, ପ୍ରଶାସନ ଓ ସରକାର ମିଶି ସଂଗଠନ କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବାର ଚର୍ଚ୍ଚା ହେଲା l ଚାଷୀନେତା ରମେଶ ମହାପାତ୍ର ଯିଏ କି ଜଣେ ନିଷ୍ଠାବାନ ସମାଜସେବୀ ଗରିବ ଖଟିଖିଆ ମୁଲିଆ ଚାଷୀ ମାନଙ୍କ ହକ ଅଧିକାର ପାଇଁ ଲଢେଇ କରୁଥିବାରୁ ସରକାର ଅସହ୍ୟ ହୋଇ ଏପରି ଷଡଯନ୍ତ୍ର ରଚିଥିବା ଆଲୋଚନା ହୋଇଥିଲା l ଗାଇସିଲେଟ ବ୍ଲକ କୃଷକ ସଂଗଠନ ଓ ଗାଇସିଲେଟ ବ୍ଲକର ସମସ୍ତ ସାମାଜିକ ସଂଗଠନ ତରଫରୁ ରମେଶ ମହାପାତ୍ର ଙ୍କ ନାମରେ ହୋଇଥିବା ସମସ୍ତ କେସ କୁ ପ୍ରତ୍ୟାହାର କରାଯିବା ସହ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ଯେଉ ଜନ ଆନ୍ଦୋଳନ ଦୁର୍ବାର ହେବ, ସେଥିରେ ସରକାର ଓ ପ୍ରଶାସନ ଦାୟୀ ହେବେ ବୋଲି ଚେତାବନୀ ଦିଆଯାଇଥିଲା l ଟାଟା ପାୱାର ଜୁଲୁମ ଆଉ ସହି ହେଉନାହିଁ ଓ ବାରମ୍ବାର ପାୱାର କଟ, ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ବିଦ୍ୟୁତ ବିଲ ଜୋର ଜବରଦସ୍ତ ଅସୁଲି କୁ ବିରୋଧ କରାଯିବ, ଚାଷୀ ମାନଙ୍କ ଅନେକ ସମସ୍ୟା ବାବଦରେ ଆଲୋଚନା କରିବା ସହ ସମାଧାନ ପାଇଁ କାର୍ଯ୍ୟ କରାଯିବା ନେଇ ନିଷ୍ପତି ନିଆଯାଇଥିଲା ଓ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଏହି ବୈଠକରେ ଉପ ସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ଜପେଶ୍ୱର ସାହୁ, ନକୁଳ ସାହୁ, ଅଗାଧୁ ସାହୁ, ମହେନ୍ଦ୍ର କୁମାର ସାହୁ, ସଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ମତବ୍ୟକ୍ତ କରିଥିଲେ l
Related Posts
ଜବତ କଲା ୫ କିଲୋ ରୁପା ସହ ବାଇକ୍
ଜବତ କଲା ୫ କିଲୋ ରୁପା ସହ ବାଇକ୍ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଗଡର ଛକ ନିକଟରେ ଜଣେ ବ୍ୟବସାୟ ଠାରୁ…
ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଗସ୍ତ
ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଗସ୍ତ ଭୁବନେଶ୍ୱର: ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଯୋଗେଶ ବାହାଦୁର…
GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris
GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris!🇮🇳